ଏଫ୍ଏଡିଏର ଓଡ଼ିଶା ଲିଡରସିପ୍ ସମାବେଶ ଦୀର୍ଘସ୍ଥାୟୀ ବ୍ୟବସାୟିକ ବିକାଶକୁ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଡିଲରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଅଟୋ ଡିଲର୍ସ ସୁରକ୍ଷା ଆଇନ୍ ଓ ମଡେଲ ଡିଲର ରାଜିନାମା ପ୍ରବର୍ତ୍ତନ

0 168

ଭୁବନେଶ୍ୱର, ୨୩ ନଭେମ୍ବର ୨୦୨୨ (ପ୍ରତ୍ୟୁଷା ବ୍ୟୁରୋ): ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ୍ସ ( ଏଫ୍ଏଡିଏ) ପକ୍ଷରୁ ବୁଧବାର ଭୁବନେଶ୍ଵରରେ ଓଡ଼ିଶା ଲିଡରସିପ୍ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ଏଫ୍ଏଡିଏ ପ୍ରେସିଡେଣ୍ଟ ଶ୍ରୀ ମନୀଷ ରାଜ ସିଂଘାଣିଆ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଏଫ୍ଏଡିଏ ଓଡ଼ିଶା ରାଜ୍ୟ ଚେୟାରପର୍ସନ ଶ୍ରୀ ପ୍ରଦୀପ ଅଗ୍ରୱାଲ ଏବଂ ଏଫ୍ଏଡିଏ ସିଇଓ ଶ୍ରୀ ସହର୍ଷ ଦମାନୀ ମଧ୍ୟ ଉପସ୍ଥିତ ଥିଲେ। ସମଗ୍ର ରାଜ୍ୟରୁ ୫୦ରୁ ଅଧିକ ଅଟୋମୋବାଇଲ ଡିଲର ଏହି ବୈଠକରେ ଯୋଗଦେଇଥିଲେ । ବୈଠକ କାଳରେ ଡିଲର ସଦସ୍ୟମାନେ ସେମାନଙ୍କ ସମସ୍ୟା, ବ୍ୟବସାୟ କ୍ଷେତ୍ରର ଚାଲେଞ୍ଜ ଏବଂ ଭବିଷ୍ୟତର ସୁଯୋଗଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ସବୁ ସ୍ତରରେ ବ୍ୟବସାୟିକ ପ୍ରକ୍ରିୟାକୁ ସହଜ କରିବା, ଡିଲରମାନଙ୍କ ନୂତନ ବ୍ୟବସାୟିକ ସୁଯୋଗ ଅନୁଧ୍ୟାନ ତଥା ମୋଟ ଉପରେ ଏକ ଦୀର୍ଘାବଧୂ ଓ ସମସ୍ୟାରହିତ ଯାନବାହନ ରିଟେଲ ବ୍ୟବସାୟ ପରିବେଶର ବିକାଶକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ଏଫ୍ଏଡିଏ ପକ୍ଷରୁ ନୂଆଦିଲ୍ଲୀଠାରେ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆୟୋଜିତ ୪ର୍ଥ ଅଟୋ ରିଟେଲ୍ କନ୍କ୍ଳେଭରେ ପ୍ରଚଳନ କରାଯାଇଥିବା ମଡେଲ ଡିଲର ଏଗ୍ରିମଂଟ (ଏମ୍‌ଡିଏ), ଏହି ବୈଠକରେ ଅନ୍ୟତମ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା। ଓଇଏମ୍ ଏବଂ ଡିଲରମାନଙ୍କ ମଧ୍ୟରେ ଚୁକ୍ତିଆଧାରିତ ସମ୍ପର୍କରେ ମାନ ଓ ସନ୍ତୁଳନ ହାସଲ ଦିଗରେ ଏମ୍‌ଡିଏ ପ୍ରୟାସ କରୁଛି। ଏମ୍‌ଡିଏରେ ଆନ୍ତର୍ଜାତିକ ସ୍ତରରେ ସର୍ବୋତ୍ତମ କାର୍ଯ୍ୟାଭ୍ୟାସ ସମ୍ପର୍କରେ ବିଚାର ବିମର୍ଷ କରାଯିବା ସହିତ ଅନ୍ୟ ରାଷ୍ଟ୍ରଗୁଡିକରେ ଡିଲରସିପ୍ ଚୁକ୍ତିନାମା ବିଷୟରେ ଆଲୋଚନା ଏବଂ ଭାରତୀୟ ଆଇନଗତ ଦୃଶ୍ୟପଟ୍ଟ ସମ୍ପର୍କରେ ଅତି ନିକଟରୁ ଅଧ୍ୟୟନ କରାଯାଇଥିଲା। ଏମ୍‌ଡିଏର ବ୍ୟବସ୍ଥାବଳୀରେ ଏହି ସଂହତି ଭାବ ପ୍ରତିଫଳିତ ହେଉଛି।

Leave A Reply

Your email address will not be published.