ଓଡ଼ିଶାର ପ୍ରତି ଶିକ୍ଷାନୁଷ୍ଠାନରେ ଓଡ଼ିଆ ବିଶ୍ବକୋଷ

0 135

ଭୁବନେଶ୍ୱର, ୨୨/୧୧, (ପ୍ରତ୍ୟୁଷା ବ୍ୟୁରୋ)— ପ୍ରାଥମିକଠାରୁ ଆରମ୍ଭକରି ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକଟି ଶିକ୍ଷାନୁଷ୍ଠାନରେ ବିନୋଦ କାନୁ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର ପକ୍ଷରୁ ସଦ୍ୟ ପ୍ରକାଶିତ ବିଶ୍ଵକୋଷ ଜ୍ଞାନବୃତ୍ତ କୁ ରଖିବା ନିମନ୍ତେ ଏକ ବ୍ୟାପକ ତଥା ଫଳପ୍ରଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି ବୋଲି ଭାଷାକେନ୍ଦ୍ର ବିଶ୍ୱକୋଷ ଅଭିଯାନର ଆବାହକ ଡାକ୍ତର ଆଲୋକ କାନୁନଗୋ ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାଇବାରେ ବିଶିଷ୍ଟ ଶିକ୍ଷାବିତ୍ର ଶ୍ରୀଯୁକ୍ତ ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ବିଶିଷ୍ଟ ଗାନ୍ଧୀବାଦୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ମଧ୍ୟ ଉପସ୍ଥିତ ରହି ଏ ଦିଗରେ ଭିନ୍ନ ଭିନ୍ନ ଦିଗରୁ ଆଲୋକପାତ କରିଥିଲେ । ଭାଷାକୁ ନେଇ ଜାତି ଗଢ଼ି ଉଠୁଥିବାରୁ ଗୋଟିଏ ଜାତିର ସମୃଦ୍ଧିର ପ୍ରତୀକ ହେଉଛି ଯେ ଏକ ପୁଣିଙ୍କ ତଥା ସଦ୍ୟ ପ୍ରକାଶିମିତ ବିଶ୍ୱକୋଷ, ଏ ବିଷୟରେ କେହି ଦ୍ବିମତ ହେବାର ନାହିଁ । ଯେକୌଣସି ଭାଷାକୁ ନେଇ ଗର୍ବ କରିବାକୁ ହେଲେ କିଛି ପ୍ରାମାଣିକ କର ଆବଶ୍ୟକତା ରହିଛି ଏବଂ ଆଜି ‘ଜ୍ଞାନବୃତ୍ତର ପ୍ରକାଶକ ଏଭଳି ଅଭାବକୁ ପୂରଣ କରିପାରିଛି । ଏହି ବିଶ୍ବକୋଷ ସେଟ୍‌ର ପ୍ରଣୟନ କରିଛନ୍ତି ଅନୁଭବୀ ବିଶ୍ଵକୋଷବିତ୍ ଶ୍ରୀ ଦୀପକ କାଳୁ । ପ୍ରତି ଶିକ୍ଷାନୁଷ୍ଠାନରେ କିଭଳି ‘ଜ୍ଞାନବୃତ୍ତ ରହିପାରିବ, ସେଥିପାଇଁ ସବୁଠାରୁ ବଡ଼ ଦାୟିତ୍ଵ ହେଉଛି ସବୁ ଓଡ଼ିଆଙ୍କର । ସରକାରଙ୍କୁ ମଧ୍ୟ ଏ ଦିଗରେ ସାହାଯ୍ୟ କରିବା ନିମନ୍ତେ ଅନୁରୋଧ କରାଯିବ ବୋଲି ବକ୍ତାମାନେ କହିଥିଲେ। କେବଳ ସରକାର କାହିଁକି, ପୁରାତନ ଛାତ୍ର, ଅଭିଭାବକ, ବଦାନ୍ୟବ୍ୟକ୍ତି ଏବଂ କର୍ପୋରେଟ୍ ଜଗତର ସହଯୋଗ ଲୋଡ଼ିବାପାଇଁ ମଧ୍ୟ ଉଦ୍ୟମ କରାଯିବାର ଯୋଜନା ରହିଛି। ଆମ ଭାଷା ଜାତୀୟତାର ଶ୍ରେଷ୍ଠ ପ୍ରତୀକ ଜ୍ଞାନବୃତ୍ତ କୁ ଉଦ୍ଦିଷ୍ଟ ସ୍ଥଳରେ ରଖିବାପାଇଁ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.