୧୦୦ ଉଦଯୋଗୀଙ୍କୁ ନେଇ ବିସିଇର ବିଜିନେସ୍ ମିଟ୍ ଆୟୋଜିତ

0 145

ଭୁବନେଶ୍ୱର,18/10/22 (ପ୍ରତ୍ୟୁଷା ନ୍ୟୁଜ): ସ୍ଥାନୀୟ ଏକ ତାରକା ହୋଟେଲରେ ବିଜନେସ କ୍ଲବ ଅଫ ଏଣ୍ଟରପ୍ରିନିୟର୍ସ(ବିସିଇ)ର ପାକ୍ଷିକ ବ୍ୟବସାୟିକ ବୈଠକ BCE Business Meet ଆୟୋଜିତ ହୋଇଯାଇଛି । ଏହି ବୈଠକରେ କ୍ଲବର ୧୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି,ବିଜନେସ ପାର୍ଟନର, ଇଣ୍ଡଷ୍ଟ୍ରୀ ପାର୍ଟନର ପ୍ରମୁଖ ଯୋଗଦେଇ ବ୍ୟବସାୟର ବିକାଶ, ପରିଚିତି ଏବଂ ପ୍ରଶିକ୍ଷଣ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଆଇଏଏସ ଅଧିକାରୀ ତଥା ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଡଃ ପାର୍ଥସାରଥି ମିଶ୍ର ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ କିପରି ରାଜ୍ୟରେ ଉଦ୍ୟୋଗର ବିକାଶ ପାଇଁ ବିଭିନ୍ନ ବିକାଶମୂଳକ ପଦକ୍ଷେପମାନ ନିଆଯାଉଛି ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ମିଶ୍ର କହିଥିଲେ ରାଜ୍ୟ ସରକାର ପର୍ଯ୍ୟନକୁ ଏକ ଉଦ୍ୟୋଗ ଭାବରେ ଅଧିକ ରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ପୁରୀରେ ଏକ ନାମୀ ତାରକା ହୋଟେଲ ନ ଥିଲା ଏବେ କିନ୍ତୁ ତାଜ ଇଣ୍ଟରନ୍ୟାସନାଲ ପୁରୀକୁ ଆସୁଛି । ସେହିପରି ପୁରୀରେ ଏକ ଉନ୍ନତ ଏୟାରପୋର୍ଟ କରାଯିବା ସହିତ ୪୦୦ ଏକର ପରିମିତ ସ୍ଥାନରେ ଶାମୁକା ପରିଯୋଜନାକୁ ପୁଣି ସକ୍ରୀୟ କରାଯାଉଛି । ଏବେ ଶାମୁକା ସ୍ଥଳୀରୁ ପୁରୀ ବିମାନବନ୍ଦରକୁ ଆସିବା ପାଇଁ ଏକ ସ୍ୱତନ୍ତ୍ର ସଡ଼କର ବ୍ୟବସ୍ଥା ହେଉଛି । ଆଗରୁ ପର୍ଯ୍ୟଟକମାନଙ୍କର ଧାରଣା ରହୁଥିଲା ଯେ ସଂଧ୍ୟାପରେ ପୁରୀ ସମୁଦ୍ରକୂଳରେ ଆଉ କିଛି ରହେ ନାହିଁ । କିନ୍ତୁ ଏବେ ପୁରୀ ସମୁଦ୍ରକୂଳରେ ରାତିରେ ପର୍ଯ୍ୟଟକମାନଙ୍କୁ ଆମୋଦ ପ୍ରମୋଦ ଯୋଗାଇ ଦେବାପାଇଁ ଅନେକ ବ୍ୟବସ୍ଥା କରାଯାଉଛି । ଉପସ୍ଥିତ ଉଦଯୋଗୀମାନଙ୍କୁ ଉଦ୍ୟୋଗର ବିକାଶ ପାଇଁ ନିରନ୍ତର କାର୍ଯ୍ୟରେ ଲାଗି ରହିବାକୁ ପରାମର୍ଶ ଦେବା ସହିତ ସେ ସେଥିପାଇଁ ସମସ୍ତ ସହଯୋଗ ଦେବାକୁ ପ୍ରତିଶୃତି ଦେଇଥିଲେ । ‘ବିସିଇ ବିଜିନେସ ମିଟ’ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠାରେ ଉଦଯୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟରେ ଆଗକୁ ଯିବାପାଇଁ ସମର୍ଥନ ଓ ଶକ୍ତି ମିଳିଥାଏ । ଏଠାରେ ସେମାନଙ୍କୁ ଟେକନିକ ଓ ଟେକନୋଲୋଜିକୁ ନେଇ ଅନେକ କଥା ଜାଣିବାକୁ ମିଳିଥାଏ । ଏଠାରେ ବହୁ ପ୍ରକାରର ପେଶାଗତ ମତ ବିନିମୟ ହେବା ସହିତ ସାମାଜିକ ହିତକର କାର୍ଯ୍ୟମାନ କରାଯାଇଥାଏ । ଆସନ୍ତା ୨୧ ରୁ ୨୭ ତାରିଖ ମଧ୍ୟରେ ବିସିଇ ସମର୍ଥନରେ ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏକ ଦାମିନୀ ଫେଷ୍ଟ ଉତ୍ସବର ଆୟୋଜନ ହେବାକୁ ଯାଉଛି ଯେଉଁଠାରେ ଉଦଯୋଗୀ ମାନଙ୍କର ବିଭିନ୍ନ ଉତ୍ପାଦନର ବ୍ୟବସାୟ କରାଯିବା ସାଙ୍ଗକୁ ନାଚ, ଅନୁକରଣ, ଏକକ ଅଭିନୟ, ହାସ୍ୟାଭିନୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ବିସିଇ ହେଉଛି ଭାରତର ପ୍ରଥମ ଉଦଯୋଗୀ କ୍ଲବ ଯାହାକି ଉଦ୍ୟୋଗ ଏବଂ ଉଦଯୋଗୀମାନଙ୍କୁ ନୂତନ ଜ୍ଞାନ, ସୂଚନା,ପ୍ରଯୁକ୍ତି ବା ଟେକନୋଲଜୀ, ବ୍ୟବସାୟ ନେଟୱାର୍କ, ସମର୍ଥନ ଆଦି ଯୋଗାଇ ଦେଇ ବ୍ୟବସାୟର ବିକାଶ ଓ ପରିଚିତି ସୃଷ୍ଟି କରାଇଥାଏ । ସମ୍ମାନ, ସମ୍ପର୍କ ଓ ସୁଖ୍ୟାତି ବିସିଇର ମୂଳ ମୂଲ୍ୟବୋଧ ବୋଲି ଏହାର ପ୍ରତିଷ୍ଠାତା ଡା ସଞ୍ଜୟ ଚୌଧୁରୀ, ସହ-ପ୍ରତିଷ୍ଠାତା ବିପିନ ବିହାରି ସାହୁ, ସେକ ଅବଦୁଲ ସମିମ୍‌,ବଦ୍ରୀ ନାରାୟଣ ସାମଲ ତଥା ଉପାଧ୍ୟକ୍ଷ ରୋନୀ ଏସ ଦାସ ଜଣାଇଛନ୍ତି ।

Leave A Reply

Your email address will not be published.