ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଭୁବନେଶ୍ବରରେ ତ୍ରୈମାସିକ ବୈଠକ ଏବଂ ହିନ୍ଦୀ ପୁରସ୍କାର ବିତରଣ ସମାରୋହ ସମ୍ପନ୍ନ ହୋଇଯାଇଛି।

0 143

13 /10/2022 ,ଭୁବନେଶ୍ବର ( ପ୍ରତ୍ୟୁଷା ବ୍ୟୁରୋ):ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଭୁବନେଶ୍ବରରେ ତ୍ରୈମାସିକ ବୈଠକ ଏବଂ ହିନ୍ଦୀ ପୁରସ୍କାର ବିତରଣ ସମାରୋହ ସମ୍ପନ୍ନ ତା ୧୩ ଅକ୍ଟୋବର, 2022 ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜଭଷ କାର୍ଯ୍ୟାନ୍ଵୟନ ସମିତି ବୈଠକ ଏବଂ ରାଜଭାଷା ପଖୱାଡା-2022 ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରବନ୍ଧକ ନେଟୱାର୍କ-2 ଶ୍ରୀ ଉତ୍ତମ କୁମାର ହାଜରାର ଚୌଧୁରୀ, ଉପ ମହାପ୍ରବନ୍ଧକ ତଥା ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂହ ତଥା କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ଏବଂ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ସେପ୍ଟେମ୍ବର ୧୬-୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଆୟୋଜିତ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଗଲା। ଉଲ୍ଲେଖଯୋଗ୍ୟ ଯେ ହିନ୍ଦୀ ପଖୱାଡ଼ା ରେ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଉପ ମହାପ୍ରବନ୍ଧକ ତଥା ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂହ ଙ୍କ ସ୍ବାଗତ ଅଭିଭାଷଣରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସ୍ବାଗତ ଅଭିଭାଷଣରେ ଶ୍ରୀ ସିଂହ ମଣ୍ଡଳରେ ରାଜଭାଷାର କାର୍ଯ୍ୟକାରିତା ଏବଂ ପଖୱାଡ଼ା ଆୟୋଜନର ସ୍ଥିତି-ଦିଗ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ହିନ୍ଦୀ ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ। କିନ୍ତୁ ସେବା କ୍ଷେତ୍ରରେ, ଗ୍ରାହକଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କ ନିଜର ଦୃଷ୍ଟିକୋଣ ଜଣାଇବା ପାଇଁ ହିନ୍ଦୀ ସହିତ ଆଞ୍ଚଳିକ ଭାଷା ମଧ୍ୟ ବ୍ୟବହାର କରାଯିବା ଉଚିତ୍‌। ବ୍ୟାଙ୍କର ସମସ୍ତ କର୍ମଚାରୀ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଯୋଗଦାନ କରିବା ଉଚିତ୍‌। ମହାପ୍ରବନ୍ଧକ ଶ୍ରୀ ହାଜରା ସମସ୍ତଙ୍କୁ ହିନ୍ଦୀରେ ଅଧିକରୁ ଅଧିକ କାମ କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.