ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ୧୦୦% ଭାଲ୍ୟୁ ବ୍ୟାକ୍ ସହିତ ଅତିରିକ୍ତ ୧୫ ଦିନର ମାଗଣା ବୈଧତା ୨୦୨୨ ଅକ୍ଟୋବର ୧୮ରୁ ୨୮ ଭିତରେ ଜିଓଫାଇବର୍ ସଂଯୋଗର ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ

0 174

ଭୁବନେଶ୍ୱର 18/10/22 ( ପ୍ରତ୍ୟୁଷା ବ୍ୟୁରୋ): ଦେଶର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ “ ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍‌ ବୋନାଞ୍ଜା’ ଅଫର ଘୋଷଣା କରାଯାଇଛି । ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିବ। ୨୦୨୨ ଅକ୍ଟୋବର ୧୮ରୁ ୨୮ ତାରିଖ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ। ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ଦୁଇଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ । ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହିତ ଏହି ଦୁଇ ପ୍ଲାନ୍ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍ଟ୍ରାଇବ୍ କରିବାକୁ ହେବ । ଏହି ଦୁଇ ପ୍ଲାନ୍ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ ।

O

ତେବେ ଏଥି ସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ । ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍‌ ବୋନାଞ୍ଜା ଅଫର ୨୦୨୨ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ଦୁଇ ଅତିରିକ୍ତ ଲାଭ ମିଳିବ । ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍ ଓ ୧୫ ଦିନର ଅତିରିକ୍ତ ବୈଧତା । ଯେଉଁ ଗ୍ରାହକମାନେ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବିକଳ୍ପ ଚୟନ କରିବେ ସେମାନଙ୍କୁ ସେଥିରେ ୩୦ ଏମବିପିଏସ୍ ସ୍ପିଡ୍, ୧୪ରୁ ଅଧିକ ଓଟିପି ଆପ୍ ଏବଂ ୫୫୦ରୁ ଅଧିକ ଅନ୍-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ। ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ଜଣକ ୪,୨୪୧ ଟଙ୍କା (୩୫୯୪ ଟଙ୍କା+ ୬୪୭ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ତାହା ଉପରେ ୪୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇବେ ।

Leave A Reply

Your email address will not be published.