ରାତି ଅଧରେ ଜୟଶଙ୍କରଙ୍କୁ ଫୋନ କଲେ ମୋଦି

0 196

(ପ୍ରତ୍ୟୁଷା ବ୍ୟୁରୋ):

ନ୍ୟୁୟର୍କ,୨୩।୯: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.
ଜୟଶଙ୍କର ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର
ଏକ ରୋଚକ ଘଟଣା ଶେୟାର କରିଥିଲେ। ‘ମୋଦୀ @ ୨୦: ଡ୍ରିମ୍ନ
ମିଟ ଡେଲିଭରି’ ପୁସ୍ତକ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ
ମୋଦି ଏକ ପରିବର୍ତ୍ତନ ଆଣି ପାରିବେ କି ନାହିଁ ପ୍ରଶ୍ନରେ ଜୟଶଙ୍କର
କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ଏକ ପରିବର୍ତ୍ତନର ଫଳାଫଳ। ତାଙ୍କ
ପରି ଜଣେ ବ୍ୟକ୍ତି ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଏହା ଦର୍ଶାଉଛି
ଯେ ଦେଶରେ କେତେ ପରିବର୍ତ୍ତନ ହୋଇଛି। ଯେତେବେଳେ
ଆଫଗାନିସ୍ତାନ ତାଲିବାନ ଦ୍ବାରା କବ୍ଜାଜା ହୋଇଥିଲା ସେତେବେଳେ
ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ସେଠାରୁ ଆଣିବା ପାଇଁ ଏକ
ଅଭିଯାନ ଚାଲିଥିଲା। ପ୍ରଧାନମନ୍ତ୍ରୀ ମୋଦି ମୋତେ ମଧ୍ୟରାତ୍ରିରେ
ଫୋନ କରି ସିଧାସଳଖ ପଚାରିଲେ, ଆପଣ ଜାଗ୍ରତ ଅଛନ୍ତି କି? ମୁଁ
ଉତ୍ତର ହଁ ଦେଲି। ଏହା ପରେ ପ୍ରଧାନମନ୍ତ୍ରୀ ପଚାରିଲେ, ଆପଣ ଟିଭି
ଦେଖୁଛନ୍ତି କି, ସେଠାରେ କ’ଣ ଘଟୁଛି? ଏହାର ଉତ୍ତରରେ ମୁଁ କହିଲି
ଯେ ସହାୟତା ଅଳ୍ପ ସମୟ ମଧ୍ୟରେ ପହଞ୍ଚିବ। ଯେତେବେଳେ
ସହାୟତା ପହଞ୍ଚିଯିବ, ମୋତେ ଫୋନ କରିବ । ମୁଁ କହିଲି ସାର୍,
ଆଉ ଦୁଇରୁ ତିନି ଘଣ୍ଟା ଲାଗିବ। ଏହା ସରିବା ପରେ ପିଏମଓକୁ
ଜଣାଇଦେବି । ଏହା ପରେ ପ୍ରଧାନମନ୍ତ୍ରୀ ଜୋରରେ କହିଥିଲେ, ନା,
ମୋତେ ସିଧାସଳଖ ଫୋନ କରିବ। କୌଣସି ପ୍ରଧାନମନ୍ତ୍ରୀଙ୍କ ଠାରେ
ଏହା ଏକ ନିଆରା ଗୁଣ ବୋଲି ଜୟଶଙ୍କର କହିଛନ୍ତି।

Leave A Reply

Your email address will not be published.