ଉମେଶ ଖଣ୍ଡେଲୱାଲ କରୋନା ଯୋଦ୍ଧା ଭାବେ ସମ୍ମାନିତ

0 207

ଭୁବନେଶ୍ବର,25/07/22 (ପ୍ରତ୍ୟୁଷା ବ୍ୟୁରୋ):ଆସନ୍ତାକାଲି ଲିଅନ୍ସ କ୍ଲବ ଇଣ୍ଟରନାସନାଲ ଜ଼ିଲ୍ଲା 322 ସି. ଏସ ତରଫରୁ ଭୁବନେଶ୍ୱର ତାଜ ବିବାନ୍ତ ଠାରେ ଜ଼ିଲ୍ଲା ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏହି ପୁରସ୍କାର ବିତରଣ ଅବସରରେ ସମାଜସେବୀ ତଥା ସଂସ୍ଥାପକ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଶ୍ରୀ ଉମେଶ ଖଣ୍ଡେଲୱାଲଙ୍କୁ କରୋନା କାଳରେ କରିଥିବା ଅଭୁତ୍ତ୍ୱ ପୂର୍ଵ ସେବାପାଇଁ କରୋନା ଯୋଦ୍ଧା ସଂମ୍ମାନରେ ସମ୍ମାନିତ କରାଯାଇଥିଲା | ଶ୍ରୀ ଖଣ୍ଡେଲୱାଲ ଙ୍କ ନେତୃତ୍ୱରେ କରୋନା ମହାମାରୀ କାଳରେ ଏକ ଲକ୍ଷ କୋଡିଏ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ପୁଡିଆ ବିତରଣ ସହ Oxigen cylynder, Oxigen Concentor Mechin, ଔଷଧ ଏବଂ ଏବଂ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା | ଶ୍ରୀ ଖଣ୍ଡେଲୱାଲଙ୍କ ନିରନ୍ତର ସମାଜ ସେବା ଆଜିକୁ ପଚିଶ ବର୍ଷ ପୂର୍ବରୁ ଚାଲୁ ରହିଛି| ସ୍ୱର୍ଗରଥ ସେବା ନିରନ୍ତର ଚାଲୁରହିଛି |ଏହି ସମ୍ବର୍ଦ୍ଧନା ସଭାରେ ଭୁବନେଶ୍ୱର ଲୋକସଭାର ଲୋକପ୍ରିୟ ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ମୁଖ୍ୟ ଅଥିତି ଭାବରେ, ଖୋର୍ଦ୍ଧା ଜ଼ିଲ୍ଲାର ଜ଼ିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବତ୍ତି IAS, ଏବଂ ଲିଅନ୍ସ କ୍ଲବର ପୂର୍ବତନ Governor ଶ୍ରୀ ଭଗବାନ ଗୁପ୍ତାଙ୍କ ସହିତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.