ଭୁବନେଶ୍ୱର, 16/11/26 ( ପ୍ରତ୍ୟୁଷା ବ୍ୟୁରୋ): ଗଣମାଧ୍ୟମ ଲୋକ ପ୍ରିୟତା ଅପେକ୍ଷା ଦାୟିତ୍ୱବାନ ହେବାକୁ ପି ଆଇ ବି ଭୁବନେଶ୍ୱର ମୁଖ୍ୟ ଅଖିଳ ମିଶ୍ର କହିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ବ୍ୟକ୍ତା ଭାବେ ଯୋଗ ଦେଇ ଜଁ ପଲ ସାତ୍ରଙ୍କ’ ଦି ୱାଲ ‘ ପୁସ୍ତକର ମୌଳିକ ଦାର୍ଶନିକ ଧାରଣାରୁ ଜୀବନ ଓ ସ୍ୱାଧୀନତା ସମ୍ପର୍କରେ ମତ ଦେଇ ଦ୍ଵାୟିତ୍ୱବାନ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେଇ ଥିଲେ। ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ପାଣିଗ୍ରାହୀ ମୁକ୍ତ ଅବାଧ ଗଣମାଧ୍ୟମ ସୃଷ୍ଟି ହେବା ଦରକାର। ଲୋକପ୍ରିୟତା ଲୋପ ପାଇ ଯାଇପାରେ ମାତ୍ର ସାମ୍ବାଦିକତାରେ କର୍ତ୍ତବ୍ୟବୋଧ ଚିରସ୍ଥାୟୀ ରହିବ। କାର୍ଯ୍ୟକ୍ରମରେ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ସଞ୍ଜୟ ବିଶ୍ୱାଳ ସଭାପତିତ୍ବ କରି ଦାୟିତ୍ୱବାନ ଗଣମାଧ୍ୟମ ସମାଜ ଗଠନ ପାଇଁ ବର୍ତ୍ତମାନ ସମୟ ରେ ଜରୁରୀ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦେଶକ ବୈଷୟିକ ସ୍ମିତା କର ଓ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟ କୃତୀ ଛାତ୍ର ଛାତ୍ରୀଙ୍କୁ ତର୍କ ପ୍ରତିଯୋଗିତାରେ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା।