ଭୁବନେଶ୍ୱର : ୨୯/୧୦( ପ୍ରତ୍ୟୁଷା ବ୍ୟୁରୋ ) ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ୧୮-୧୧-୨୦୨୬ ତାରିଖ ଠାରୁ ଆରମ୍ବ ହୋଇ ୩୧-୧୨-୨୦୨୬ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୩ ଟି କାର୍ଯ୍ୟଦିବସ ଥିବା ବେଳେ, ନଭେମ୍ବର ୧୮ ତାରିଖ ଦିନ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଧାନସଭା ପକ୍ଷରୁ ସୂଚନା ଦିଆ ଯାଇଛି। ବିଧାନସଭା ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳ ଗୁଡିକ ରାଜ୍ୟବାସୀଙ୍କ ବିଭିନ୍ନ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ପାଇଁ ତତ୍ପର ହୋଇଉଠିଛନ୍ତି