ଭୁବନେଶ୍ୱର, 26.06.26 ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ବିଜେପିର ବଡ଼ ଚେହେରା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମ ତିଥିରେ ରାଜଧାନୀ ଭୁବନେଶ୍ୱରରେ ତାଙ୍କର ଶୁଭ ଚିନ୍ତକ ମାନେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରିଛନ୍ତି। ଲିଙ୍ଗରାଜ ପୀଠରେ ପୂଜାର୍ଚନା ଦୀପ ଦାନ ସହିତ ବିଭିନ୍ନ ସ୍ଥାନରେ ବିଶାଳ ହେଲଥ କ୍ୟାମ୍ପ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଏହି କ୍ରମରେ ଭୁବନେଶ୍ୱରର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ମାଣିପାଲ ହସ୍ପିଟାଲ ସ୍ଥାନୀୟ ରେଡ଼କ୍ରସ ଭବନ ଠାରେ ରକ୍ତଦାନ ଶିବିର ଓ ବିଭିନ୍ନ ମହିଳା ଶିଶୁ ରୋଗ ନିଦାନ ଚିକିତ୍ସା ପରାମର୍ଶ ସେବା ଆୟୋଜନ କରିଥିଲା। ମଣିପାଲ ର ଅଭିଜ୍ଞ ଡାକ୍ତର ମାନେ ଏହି ସେବା ପ୍ରଦାନ କରିଥିଲେ।