ଭୁବନେଶ୍ୱର : ୨୫ ଜୁନ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ) ଆଇ ଏ ଏସ ରୁ ରାଜନୀତିକୁ ଓହ୍ଲାଇଥିବା ସୁଜାତା ରାଉତ ଶେଷରେ ବିଜେଡିରେ ସାମିଲ ହୋଇ ଶଙ୍ଖ ଧରିଛନ୍ତି। ଶଙ୍ଖ ଭବନରେ ଦଳର ବରିଷ୍ଠ ନେତାଙ୍କ ଗହଣରେ ଶ୍ରୀମତୀ ରାଉତଙ୍କୁ ଦଳର ଉତ୍ତରୀୟ ନବୀନ ପିନ୍ଧାଇ ଆଶୀର୍ବାଦ ଦେଇଥିଲେ। ଆଗାମୀ ଦିନରେ ସୁଜାତା ଦଳକୁ ଶକ୍ତିଶାଳୀ କରି ପାରିବେ ବୋଲି ଦଳ ଆଶା ପ୍ରକାଶ କରିଛି। ଉଲ୍ଲେଖ ଯେ ସୁଜାତା ଆଇ ଏ ଏସରୁ ଅବସର ନେଇଥିବା ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମ ପତ୍ନୀ ଅଟନ୍ତି।