ଟାଟା ପାୱାରର ସଫଳ ଉଦ୍ୟମ ପାଇଁ ଓଡିଶାକୁ ମିଳିଲା ପି ଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର

0 16

ଭୁବନେଶ୍ୱର ,୦୫ ଜୁନ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ):ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ। କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି । Ministry of New and Renewable Energy (MNRE) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। ଟାଟା ପାଓ୍ୱାର ନେତୃତାଧିନ ଓଡ଼ିଶା ଡିସକମ୍ ର ପ୍ରୟାସ ଯୋଗୁ ସର୍ବଭାରତୀୟ ସ୍ଥରରେ ଓଡ଼ିଶା ଏହି ସଫଳତା ହାସଲ କରିଛି। ଘର ଛାତ ଉପରେ ସୌର ପ୍ରକଳ୍ପ (Rooftop Solar) ଲଗାଇବା କ୍ଷେତ୍ରରେ ଓଡ଼ିଶା, ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନ, ସର୍ବାଧିକ ସୌର ପ୍ରକଳ୍ପ ସ୍ଥାପନରେ ପ୍ରଥମ ସ୍ଥାନ, ସର୍ବାଧିକ ଥର ବିଦ୍ୟୁତ ବିତରଣ କମ୍ପାନୀ ଯାଞ୍ଚରେ ପ୍ରଥମ ସ୍ଥାନ, ଓ ସର୍ବାଧିକ ଭେଣ୍ଡର ପଞ୍ଜୀକରଣରେ ତୃତୀୟ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀଙ୍କଠାରୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ବିଦ୍ୟୁତ ବିତରଣ କମ୍ପାନୀର ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.