ଭୁବନେଶ୍ୱର, ୨୩ ଫେବୃଆରୀ : ( ପ୍ରତ୍ୟୁଷା ବ୍ୟୁରୋ)ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ସଂଗଠନ ଭୁବନେଶ୍ଵର ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବାତିନିଦିନିଆ ଉତ୍ସବ “ସମର୍ପଣ” ଚଳିତ ବର୍ଷ ଫେବୃଆରୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବ। ଦୀର୍ଘଦିନ ଧରି ଏହି ସଂଗଠନ ଦେଶର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଶାସ୍ତ୍ରୀୟ, ସୁଫି ଏବଂଭକ୍ତିମୟ ସଙ୍ଗୀତ ଶିଳ୍ପୀମାନଙ୍କୁ ଏକ ମଞ୍ଚରେ ଏକତ୍ର କରି ସଙ୍ଗୀତ ପ୍ରେମୀମାନଙ୍କୁ ଉଚ୍ଚମାନର ସାଙ୍ଗୀତିକ ଅନୁଭବଦେଇଆସୁଛି।ଉତ୍ସବର ପ୍ରଥମ ଦିନ ୨୫ ଫେବୃଆରୀରେ କୋଲକାତାର ବିଦୂଷୀ କୋଏଲ ଭଟ୍ଟାଚାର୍ଯ୍ୟଙ୍କ ସୁଫି ଓ ଭକ୍ତିମୟସଙ୍ଗୀତ ର ଉପସ୍ତାପନ ପ୍ରସ୍ତୁତି ରହିଛି । ପରେ ହାଈଦ୍ରାବାଦର ଜନାବ ଅତୀକ୍ ହୁସେନ ଖାନ ବନ୍ଦାନୱାଜୀ ଓ ତାଙ୍କଦଳଙ୍କ ସୁଫି କୱାଲି ପରିବେଷଣ ହେବ।ଏହି ଅବସରରେ ପ୍ରସିଦ୍ଧ କଳାକାର ଶ୍ରୀ ଘନଶ୍ୟାମ ପଣ୍ଡାଙ୍କୁ “ଇନ୍ଦିରା ଟେକ୍ସଟାଇଲ୍ଡ ଲାଇଫ୍ ଟାଇମ୍ଆଚିଭମେଣ୍ଟ ଆୱାର୍ଡ” ପ୍ରଦାନ କରାଯିବ। ସରଦାର ମନଜୀତ ସିଂହଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଏହି ପୁରସ୍କାରରେରୁ ୬୦,୦୦୦ ଟଙ୍କା ନଗଦ ରାଶି ଏବଂ ସମ୍ମାନପତ୍ର ରହିଛି।ଦ୍ଵିତୀୟ ଦିନ ୨୬ ଫେବୃଆରୀରେ କଟକର ବିଦୂଷୀ ରାଖ୍ ସେନ ରବୀନ୍ଦ୍ରନାଥ ଠାକୁର, ଗୁରୁ ଅତୁଲ ପ୍ରସାଦ ଓକାଜୀ ନଜରୁଲ ଇଶଲାମ ଙ୍କ ରଚନା ଆଧାରିତ ସଙ୍ଗୀତ ପ୍ରସ୍ତୁତ କରିବେ। ପରେ ବିଦୂଷୀ ସ୍ମିତା ବେଲ୍ଲୁରଙ୍କନିର୍ଗୁଣ ଭଜନ ପ୍ରଦର୍ଶନ ହେବ।ଉତ୍ସବର ତୃତୀୟ ଓ ଶେଷ ଦିନ ୨୭ ଫ୍ରେବୃଆରୀ ରେ ଭୁବନେଶ୍ୱରର ଡଃ ପ୍ରିୟା କାନୁନଗୋ ଦ୍ବାରା ମୀରା ଭଜନପ୍ରସ୍ତୁତି ସହ ଆରମ୍ଭ ହେବ। ଉତ୍ସବର ଅନ୍ତିମ ଏବଂ ବିଶେଷ ପ୍ରସ୍ତୁତି ହେବ ଯଥାଯୋଗ୍ୟ ନାମଧାରୀ “ଚାର୍ ଯାର୍”ଦଳଙ୍କର। ଭିନ୍ନ ଭିନ୍ନ ଧର୍ମରୁ ଆସିଥିବା ଏହି ଚାରି ମିତ୍ର ସାର୍ବଭୌମ ପ୍ରେମ, ସାମ୍ପ୍ରଦାୟିକ ସମ୍ମିଳନ ଏବଂ ଭ୍ରାତୃତ୍ଵରସନ୍ଦେଶ ଭରା କବିତାମୟ ସଙ୍ଗୀତ ପ୍ରସ୍ତୁତ କରିବେ ।ଚଳିତ ବର୍ଷ ଏହି ଉତ୍ସବଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସହଯୋଗ କରିଛନ୍ତି ।