ଓ ଡେ ସା ର ୮୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ ।

0 54

ଭୁବନେଶ୍ୱର , 19.01.26 ( ପ୍ରତ୍ୟୁଷା ବ୍ୟୁରୋ ) : ଡିଗ୍ରୀ ଇଂଜିନିୟର ମାନେ ଚାକିରୀ କାଳରେ ୧୦/୧୨ ଟି ପଦୋର୍ନତ୍ତି ପାଉଥିବା ବେଳେ ଡିପ୍ଲୋମା ଇଂଜିନିୟର ମାନେ କନିଷ୍ଠ ଯନ୍ତ୍ରୀ ଭାବେ ବିନା ପଦୋର୍ନତିରେ ଚାକିରୀ ଜୀବନ ଶେଷ ହେଉଛି। ସରକାର ଏ ବିଷୟରେ ଅବଗତ ଅଛନ୍ତି। ଏଣୁ ଏହା ଉପରେ ପୁଙ୍ଖାନୁପୁଖ ଆଲୋଚନା କରାଯାଇ ସୁସଂଗଠିତ କରାଯିବ ବୋଲି ଓଡ଼େସା ର ୮୦ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ପୂର୍ତ୍ତ ଵିଧି ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଧାୟକ ବାବୁ ସିଂ, ବିଧାୟକ ପ୍ରତାପ ନାୟକ ଉପସ୍ଥିତ ରହି ନିଜ ଅଭିଭାଷଣରେ ଯନ୍ତ୍ରୀ ମାନଙ୍କ ଆବଶ୍ୟକତା ସମାଜ ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ। ସଭାରେ ଇଂ ଶ୍ରୀକାନ୍ତ ମହାପାତ୍ର ସଭାପତିତ୍ବ କରିଥିଲେ।କାର୍ଯ୍ୟକ୍ରମ ମଧ୍ୟରେ ସଂଘ ମୁଖପତ୍ର” ଟେକନୋସକ୍ରାଇବ ” ଉନ୍ମୋଚିତ ହୋଇଥିଲା। ଉଲ୍ଲେଖ ଯେ ଆସନ୍ତା କାଲି ସଂଘର ସାଧାରଣ ସଭା ଆଲୋଚନା ରହିଛି।

Leave A Reply

Your email address will not be published.