୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ୍-ପରୀକ୍ଷଣ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ବର,18.11.25 : ( ପ୍ରତ୍ୟୁଷା ବ୍ୟୁରୋ )ଜନଗଣନା ନିର୍ଦ୍ଦେଶାଳୟ, ଓଡି଼ଶା ଦ୍ବାରାରାଜ୍ୟ ସରକାରଙ୍କ ମିଳିତ ସମନ୍ବୟରେ ରାଜ୍ୟର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲର ୨୦ ଟି ରାଜସ୍ଵ ଗ୍ରାମରେ ଓ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲର ୪୪ ଟି ରାଜସ୍ୱ ଗ୍ରାମରେ ଏବଂ ଭୂବନେଶ୍ବର ମହାନଗରନିଗମ ୱାର୍ଡ ନମ୍ବର ୨୨ ଓ କଟକ ମହାନଗର ନିଗମ ୱାର୍ଡ ନମ୍ବର ୧୭ ରେ ନଭେମ୍ବର ୧୦ ତାରିଖ ରୁ ନଭେମ୍ବର୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।ଏହି ସାମୟ ଅସାଧ୍ୟ ମଧ୍ୟରେ ଗଣନାକାରୀ ଆପଣଙ୍କ ଗୃହକୁ ପରିଦର୍ଶନ କରି ଗୃହରେ ନମ୍ବର ଦେବେଓ ଗୃହ ଗଣନା ତଥ୍ୟ ସଂଗ୍ରହ କରିବେ । ୨୦୨୭ ଜନଗଣନାର ବିଶେଷତ୍ଵ ହେଉଛି : ଡିଜିଟାଲ ତଥ୍ୟ ସଂଗ୍ରହ ଓ୧ ଗଣନା (Self-Enumeration) ପୋର୍ଟାଲ୍ ର ବ୍ୟବହାର କରି ନିଜେ ନିଜର ତଥ୍ୟ ପ୍ରଦାନକରିପାରିବାର ପ୍ରାବଧାନ ବା ସୁବିଧା ସହିତ ଚିଜିଟାଲ ଲେଆଉଟ ବ୍ୟାଟିଂ ଆପରେ ପ୍ରତ୍ୟେକ ଘରକୁ ଜିଓବ୍ୟାଗ କରାଯିବା ଓ ଜନଗଣନା ତଥ୍ୟର ତୁରନ୍ତ ପ୍ରସାର କରାଯାଇ ପାରିବ ।ଭାରତ ସରକାରଙ୍କ ମଧ୍ୟ ରେଜିଷ୍ଟ୍ରାର ଓ ଜନଗଣନା ଆୟୁକ୍ତଙ୍କ ସୌଜନ୍ୟରୁ ଗଣନାକାରୀଜନସାଧାରଣଙ୍କ ଗୃହକୁ ପରିଦର୍ଶନ କରି – ଗୃହର ଅବସ୍ଥା, ଗୃହରେ ଥିବା ସୁବିଧା ସୁଯୋଗ, ପରିବାର ଦ୍ବାରାବ୍ୟବହୃତ ଉପକରଣ ଇତ୍ୟାଦିର ତଥ୍ୟ ସଂଗ୍ରହ କରିବେ । ତେଣୁ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ ଓବାଜାବ୍ୟତାର ଜନଗଣନା ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିବା ସହ ଯେଉଁ ଅଞ୍ଚଳଗୁଡିକରେ ପ୍ରାକ୍-ପରୀକ୍ଷଣ କାର୍ଯ୍ୟକ୍ରମ ରହିଛି ସେହି ଅଞ୍ଚଳର ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଜନଗଣନାନିର୍ଦ୍ଦେଶାଳୟ ଓଡିଶା ପକ୍ଷରୁ ନିବେଦନ କରାଯାଉଛି । ଏ ସମ୍ପର୍କ ରେ ରାଜ୍ୟ ସରକାର ଓ ଜନ ଗଣନା କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି।