ଭୁବନେଶ୍ୱର, 25.10.25 (ପ୍ରତ୍ୟୁଷା ବ୍ୟୁରୋ ): ଭାରତୀୟ ଇତିହାସ ସଂକଳନ ସମିତି ଓଡିଶାର ଅଷ୍ଟମ ପ୍ରାନ୍ତୀୟ ଅଧିବେଶନ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଦୁଇ ଦିବାସୀୟ ଏହି ସମ୍ମିଳନୀକୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଡ଼ ବିକ୍ରମ କେଶରୀ ମହାପାତ୍ର ସଭାପତିତ୍ବ କରିଥିଲେ। ରାଷ୍ଟ୍ରୀୟତା ପୃଷ୍ଠଭୂମିରେ ଓଡ଼ିଆ ଅସ୍ମିତା ଶୀର୍ଷକ ବିଷୟରେ ଆଲୋଚନା ହୋଇଥିଲା। ବକ୍ତା ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବରେ ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, କମଲେଶ ଦାଶ, ଯଜ୍ଞସ୍ୱର ଦଣ୍ଡପାଟ, ଦଧି ବାମନ ମିଶ୍ର ଡ଼ ପାରେଶ୍ୱର ସାହୁ ପ୍ରମୁଖ ଓଡ଼ିଆ ଅସ୍ମିତା ସମ୍ପର୍କରେ ମତ ରଖିଥିଲେ। ଆଲୋଚନାରେ ଅସ୍ମିତାକୁ ନେଇ ରାଜନୈତିକ ବୟାନ ନ କରି ଓଡ଼ିଆ ଅସ୍ମିତା ସବୁବେଳେ ଉତ୍କର୍ଷ ଥିଲା ଓ ଦୟାନଦୀର ଇତିହାସ ସମ୍ପର୍କରେ ଅଧିକ ଅଧୟନର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଥିଲା।