ସ୍ଥାପନା ପକ୍ଷରୁ ଆୟୁର୍ବେଦ ଓ ବୈଦ୍ୟ କର୍ମଶାଳାଆୟୁର୍ବେଦରେ ରହିଛି ସବୁ ରୋଗର ନିଦାନ

0 122

ଭୁବନେଶ୍ୱର,୦୮/୧୦ (ପ୍ରତ୍ୟୁଷା ବ୍ୟୁରୋ): ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅନିୟମିତ ତଥା ବେପରୁଆ ଜୀବନଧାରା ସକାଶେ ମଣିଷ ବିଭିନ୍ନରୋଗରେ ଆକ୍ରାନ୍ତ ହେଉଛି l ଏଥିରୁ ମୁକ୍ତି ପାଇଁ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି l ଡାକ୍ତର ଔଷଧ ବଦଳେଇଚାଲିଛନ୍ତି ହେଲେ ରୋଗ ଭଲ ହେଉନାହିଁ l ମାତ୍ର ଆମ ପୂର୍ବପୁରୁଷମାନେ ଆପଣାଉଥିବା ପାରମ୍ପରିକ ଆୟୁର୍ବେଦ ଯୋଗ ଏବଂ ଚେରମୂଳିଔଷଧରେ କର୍କଟ, ମଧୁମେହ ଆଦି ରୋଗର ଚିକିତ୍ସା ହୋଇପାରିବ ବୋଲି ବୈଦ୍ୟ କର୍ମଶାଳାରେ ମତପ୍ରକାଶ ପାଇଛି lବୁଧବାର ଦିନ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଆୟୋଜିତ ବୈଦ୍ୟଶାଳାରେ ଯୋଗଦେଇ ପ୍ରକୃତିବନ୍ଧୁ ତଥା ବିଶିଷ୍ଟ ବୈଦ୍ୟ ଗଣେଶ ମହାକୁଡ଼କହିଛନ୍ତି, ଆୟୁର୍ବେଦରେ ରହୁଛି ସବୁ ରୋଗର ନିଦାନ l ସେ ହୋଇପାରେ କର୍କଟ, ମଧୁମେହ, ବାତରୋଗ ବା ପେଟରୋଗ ସବୁର ଚିକିତ୍ସାଆୟୁର୍ବେଦରେ ରହିଛି l ସେ ଔଷଧର ସେବନ ପ୍ରଣାଳୀ ବତାଇବାସହ ନିଜେ ପ୍ରସ୍ତୁତକରି ଆଣିଥିବା ଔଷଧର ଉପକାରିତା ସଂପର୍କରେସୂଚନା ଦେଇଥିଲେ l ବୈଦ୍ୟଙ୍କ ଚିକିତ୍ସାରେ ସୁସ୍ଥ ହୋଇଥିବା ଦୁଇଜଣ ମହିଳା ସେମାନଙ୍କ ଅନୁଭୂତି ବାଖାଣିଥିଲେ lଏହି ଅବସରରେ ସ୍ଥାପନାର ଅଧ୍ୟକ୍ଷା ନିବେଦିତା ବଳିୟାରସିଂ ନାୟକଙ୍କ ପକ୍ଷରୁ ଆୟୋଜିତ ଏକ ସଭାରେ ଲେପ୍ଟେନାଣ୍ଟ ଜେନେରାଲ ଡ଼ନାରାୟଣ ମହାନ୍ତି, ପୂର୍ବତନ ସାଂସଦ ପ୍ରଭାସ ସିଂ, ସୁଶୀଲ କୁମାର ରାଉତରାୟ, ସି.ଏ ମୋହନ କୁମାର ନନ୍ଦ, ଯୋଗଗୁରୁ ସୁହାସ୍ ହୋତାପ୍ରମୁଖ ଆୟୁର୍ବେଦର ଉପକାରିତା ସଂପର୍କରେ କହିଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସରୋଜ ଭୂୟାଁ l

Leave A Reply

Your email address will not be published.