ସରକାରଙ୍କୁ ଚେତାବନୀ ଦେଲେ ଦୁଗ୍ଧ ଚାଷୀ ସଂଘ

0 203

ଭୁବନେଶ୍ୱର: ୧୨/୯/୨୦୨୫( ପ୍ରତ୍ୟୁଷା ବ୍ୟୁରୋ )

ରାଜ ରାସ୍ତାରେ ଦୁଗ୍ଧ ଚାଷୀ ତଥା ଗୋପାଳକ ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଘଟଣା ଘଟିଛି। ନିକଟରେ ଚଳିତ ମାସ ୬ ତାରିଖରେ ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଏହି ଘଟଣାରେ ପୋଲିସଠାରୁ ନ୍ୟାୟ ମିଳିନି। ଏଣୁ ସରକାର ଏହି ଘଟଣାରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବ। ଏ ବିଷୟରେ ଶୁକ୍ରବାର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀକରି ଚେତାବନୀ ଦିଆଯାଇଛି। କୁହାଯାଇଛି ଯେ ଗତ ଅଗଷ୍ଟ ୨୮ ତାରିଖ ରାତି ୯ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ କାମଧେନୁଯୋଜନାରେ ଆନ୍ଧ୍ରପ୍ରଦେଶରୁ ଗାଈ ନେଇ ଆସୁଥିବା ଦୁଗ୍‌ଧଋଷୀମାନଙ୍କୁ ରକ୍ତାକ୍ତ ଆକ୍ରମଣ କରି ବରମୁଣାଓଭରବ୍ରିଜ ଉପରେ ଆତଙ୍କରାଜ ଖେଳାଇଥିବା ଓ ସେପ୍ଟେମ୍ବର ୬ ତାରିଖ ଦିନ ପଳାଶୁଣି ଓଭରବ୍ରିଜ ତଳେଦୁଗ୍‌ଧଋଷାମାନଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ଓ ଆକ୍ରମଣକାରୀମାନଙ୍କୁ ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ଯଦିପୋଲିସ୍ ଗିରଫ ନକରେ ତେବେ ୧୮ ତାରିଖ ବିଧାନସଭା ଆରମ୍ଭ ଦିନ ହଜାର ହଜାର ଗୋପାଳକ,ଦୁଗ୍‌ଧଋଷୀ ଓ ଯାଦବ ଭାଇଭଉଣୀମାନେ ବିଧାନସଭା ଘେରାଉ କରିବେ ବୋଲି ଶୁକ୍ରବାର ସହିଦନଗରସ୍ଥିତହୋଟେଲ ଏମ୍ପାୟାରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଗୋପାଳକ ସଂଗଠନ ଓଦୁଗ୍‌ଧଋଷିମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।ଏଠାରେ ଉଲ୍ଲେଖଥାଉକି, ଅଗଷ୍ଟ ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେହିତାଧିକାରୀମାନେ ଆନ୍ଧ୍ରପ୍ରଦେଶରୁ ୬ଟି ପିକ୍‌ ଭ୍ୟାନରେ ୧୯ଟି ଦୁଆଳୀ ଗାଈ ଓ ବାଛୁରୀ ନେଇଆସୁଥିବା ବେଳେ ବରମୁଣ୍ଡା ଓଭରବ୍ରିଜ ଉପରେ ୬୦ରୁ ୭୦ଜଣ ରକ୍ତମୁଖା ଆକ୍ରମଣକାରୀ ‘ଜୟ ଶ୍ରୀରାମନାରା ଦେଇ ହିତାଧିକାରୀମାନଙ୍କୁ ଅଟକାଇଥିଲେ । ଏହି ଦୁଗ୍‌ଧଋଷୀମାନେ ସମସ୍ତ ସରକାରୀ କାଗଜପତ୍ରଦେଖାଇବା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥ‌ିବା ବ୍ୟାନର ଦେଖାଇଥିଲେ ସୁଦ୍ଧା ସେମାନେ କିଛିନଶୁଣି ବାଡ଼ିଆପିଟା କରିଥିଲେ । ଫଳରେ ୪ଜଣ ଦୁଗ୍‌ଧଋଷୀ ଗୁରୁତର ଆହତ ହୋଇଥିଲେ ଓ ୩ଟି ପିକ୍‌ଭ୍ୟାନ ଭାଙ୍ଗିରୁଜି ଯାଇଥିଲା । ଘଟଣାସୁଳରେ ଗୋଟିଏ ଗର୍ଭିଣୀଗାଈ ଆକ୍ରମଣକାରୀଙ୍କ ଭେରେକାରରେ ଗର୍ଭପକାଇ ଏକ ମଲା ବାଛୁରୀକୁ ଜନ୍ମ ଦେଇଥିଲା । ଦୁଗ୍‌ଧଋଷୀମାନଙ୍କ ଭିତରୁ ମାଡ଼ ଖାଇ ଆହତ ହୋଇଥିବାଭଦ୍ରକ ଜିଲ୍ଲାର ଦୁଗ୍‌ଧଋଷୀ ଦାମୋଦର ଦାସ ଓ ମାୟାଧର ସେନାପତି ଦୌଡ଼ି ଦୌଡ଼ି ଯାଇ ଖଣ୍ଡଗିରି ଥାନାରେଖବର ଦେବା ସହିତ ଏତଲା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ଖଣ୍ଡଗିରି ପୋଲିସ୍ ଆକ୍ରମଣକାରୀଙ୍କକବଳରୁ ଦୁଗ୍‌ଧଋଷୀମାନଙ୍କୁ ସୁରକ୍ଷା ଦେଇପାରି ନଥିଲେ ।

Leave A Reply

Your email address will not be published.