ଏସି ଓ ଏସ ଟି କଲ୍ୟାଣ କମିଟି ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅବସରରେ ପ୍ରେସକୁ ସମ୍ବୋଧିତ କରୁଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

0 147

ଭୁବନେଶ୍ୱର ୨୮ ଅଗଷ୍ଟ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ): ଅନୁସୂଚିତ ଜାତି ଓ ଜନ ଜାତି କଲ୍ୟାଣ କମିଟି ଅଧୀନରେ ଦେଶର ସଂସଦୀୟ, ରାଜ୍ୟ ବିଧାୟକର ସଦସ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରତିନିଧିମାନଙ୍କୁ ନେଇ ଭୁବନେଶ୍ୱରଠାରେ ଆସନ୍ତା ୨୯ ଓ ୩୦ ଅଗଷ୍ଟ ଦୁଇ ଦିନ ଜାତୀୟ ସମ୍ମିଳନୀ ହେବ। ଜାତୀୟ ରାଜଧାନୀ ଦିଲ୍ଲୀ ବାହାରେ ଦୀର୍ଘ ୩୧ ବର୍ଷ ପରେ ଓଡିଶାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିବାରୁ ଏହାର ଗୁରୁତ୍ୱ ବଢିଯାଇଛି। ଏହି ଅବସରରେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ସମ୍ମିଳନୀ ସମ୍ପର୍କରେ ପ୍ରେସକୁ ସମ୍ବୋଧିତ କରିଛନ୍ତି। ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଵେ। ଅନୁସୂଚିତ ଜାତି ଜନ ଜାତିଙ୍କ ବିକାଶ, ନୀତି ଓ ପ୍ରୟୋଗ ଉପରେ ସମ୍ମିଳନୀରେ ଆଲୋଚନା ହେବ। ରାଜ୍ୟ ବିଧାନସଭାର ସମସ୍ତ ବିଧାୟକ ଓ କେନ୍ଦ୍ର ଆଦିବାସୀ ମନ୍ତ୍ରାଣାଳୟର ମନ୍ତ୍ରୀ ଓ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଵେ ବୋଲି ବାଚସ୍ପତି କହିଥିଲେ।

Leave A Reply

Your email address will not be published.