ଭୁବନେଶ୍ୱର: ୧୬/୮/୨୦୨୫( ପି ଏନ ଏସ )
ଓଡିଶା ପାୱାର ଜେନେରେସନ କର୍ପୋରେସନ ( ଓ ପି ଜି ସି ) ଭୁବନେଶ୍ୱର ସ୍ଥିତ ଫରଚ୍ୟୁନ ଟାୱାର କର୍ପୋରେଟ କାର୍ଯ୍ୟାଳୟରେ ମହାସମାରୋମହରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି ଅବସରରେ କର୍ପୋରେସନର ପରିଚାଳନା ନିର୍ଦେଶକ ଶ୍ରୀ କେଦାର ରଞ୍ଜନ ପାଣ୍ଡୁ, ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଗଗନ ବିହାରୀ ସ୍ଵାଇଁଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଶ୍ରୀ ପାଣ୍ଡୁ ନିଜର ଉଦବୋଧନରେ କର୍ମଚାରୀମାନଙ୍କୁ ଶକ୍ତିକ୍ଷେତ୍ରରେ ବିକଶିତ ଭାରତ ଅଭିଯାନରେ କରୁଥିବା ନିରନ୍ତର ପ୍ରୟାସ, ଚଉତରଫା ଏବଂ ବହୁମୁଖୀ ବିକାଶ ଓ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। “ହର ଘର ତ୍ରିରଙ୍ଗା” ଅଭିଯାନରେ ବ୍ୟକ୍ତିଗତ ଓ ଗୋଷ୍ଠିସହଭାଗିତା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ପାଣ୍ଡୁ ନିଜର ଅଭିଭାଷଣ ଶେଷରେ କର୍ମଚାରୀମାନଙ୍କୁ ଭବିଷ୍ୟତର ବାଧାବିଘ୍ନକୁ ମୁକାବିଲା କରି ଓପିଜିସିକୁ ଶକ୍ତିଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ କର୍ପୋରେସନ କରିବା ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ବାରୋପ କରିଥିଲେ । ଉତ୍ସବରେ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।