ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ

0 147

ଭୁବନେଶ୍ୱର : ୧୫ ଅଗଷ୍ଟ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ )

୭୯ ତମ ସ୍ୱାଧୀନତା ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ସମାରୋହରେ ଅଭିଭାଷଣ ରଖୁଛନ୍ତି। ଏହି ସମାରୋହରେ ଶ୍ରୀ ମାଝୀ କହିଛନ୍ତି ମାତ୍ର ୧୪ ମାସର ସରକାର ରାଜ୍ୟ ବିକାଶରେ ଅନେକ କାର୍ଯ୍ୟ କରିଛନ୍ତି। ଆମ ସରକାର ପ୍ରଚାର ସର୍ବସ୍ୱ ନୁହେଁ। କ୍ୟାମେରାରେ ଆମେ ଏଭେଣ୍ଟ ମ୍ୟାନେଜମେଣ୍ଟ କରୁନାହୁଁ। ଇତି ମଧ୍ୟରେ ଆମେ ରାଜ୍ୟରେ ୬୦ଟି ଶିଳ୍ପ ଆରମ୍ଭ କରିବାରେ ସକ୍ଷମ ହୋଇଛୁ। ନିଯୁକ୍ତି କ୍ଷେତ୍ରରେ ଆମେ ଏ ପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ସ୍ଥାୟୀ ନିଯୁକ୍ତି ଦେଇଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ଏକ ଫାର୍ମା ହବ ହେବାକୁ ଯାଉଛି। ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ମହିଳା ସଶକ୍ତିକରଣରେ ରାଜ୍ୟ ସରକାର କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ନିୟନ୍ତ୍ରଣଧୀନ ରହିଛି ଏହାକୁ ଆହୁରି ପ୍ରଭାବୀ କରାଯିବ। ରାଜ୍ୟର ସବୁ କଲେଜ କ୍ୟାମ୍ପସକୁ ସୁରକ୍ଷିତ ରଖାଯିବ। ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ଦୃଢ ପରିକର ଅଛନ୍ତି। ଓଡିଶାରେ ଏବେ ୧୨ ମେଡିକାଲ କଲେଜ ଥିବାବେଳେ ଢେଙ୍କାନାଳରେ ଖୁଵ ଶୀଘ୍ର ଆଉ ଏକ ନୂଆ ମେଡ଼ିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଆଦିବାସୀ ଜନଜାତି ବିକାଶ ପାଇଁ ସରକାର ବିବିଧ କାର୍ଯ୍ୟ ହାତକୁ ନେଇଛନ୍ତି। ଦେଶର ଯୁବ ବର୍ଗଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନେଉଛନ୍ତି। ଡବଲ ଇଞ୍ଜିନ ସରକାର ୭୫ ହଜାର କିମି ରାଜରାସ୍ତା ନିର୍ମାଣ ସହିତ ରେଳ ବିକାଶକୁ ସୁଦୃଢ କରୁଛନ୍ତି। ପୁରୀକୁ ମହାନଗର ନିଗମ ରେ ପରିଣତ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟବାସୀଙ୍କ ସୁଖ ଦୁଃଖରେ ସେ ଠିଆ ହୋଇଛନ୍ତି। ଏଣୁ ଏହା ତ ଲୋକଙ୍କ ସରକାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରି ବିଭିନ୍ନ ବର୍ଗ କ୍ୟାଡ଼େଡ ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ।

Leave A Reply

Your email address will not be published.