ଭୁବନେଶ୍ବର: ୧୧/୮( ପ୍ରତ୍ୟୁଷା ବ୍ୟୁରୋ ) ସର୍ବ ଭାରତୀୟ ଆଇଡିବିଆଇ ଅଫିସର ସଂଘ (ଏଆଇଆଇଡିବିଓଏ) ଭୁବନେଶ୍ଵର ଜୋନ୍ ପକ୍ଷରୁଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେଏଆଇଆଇଡିବିଓଏ ଭୁବନେଶ୍ଵର ଜୋନ୍ ସମ୍ପାଦକ ଗୌତମ ପଟ୍ଟନାୟକ, ସଭାପତି ଲଲାଟେନ୍ଦୁ ବେହେରା,ଉପସଭାପତି ଦେବବ୍ରତ ବେହେରା, ଏଆଇବିଓଏର କେନ୍ଦ୍ରୀୟ ପରିଷଦ ସଦସ୍ୟ ପ୍ରତ୍ୟୁଷ ମିଶ୍ର ପ୍ରମୁଖଯୋଗଦେଇଥିଲେ । ଆଇଡିବିଆଇ ବ୍ୟାଙ୍କର ରାଷ୍ଟ୍ରାୟତ୍ତ ଚରିତ୍ରକୁ ବଜାୟ ରଖୁବା ପାଇଁ ଆହ୍ବାନ ଦେବା ଏହି ବୈଠକରଉଦ୍ଦେଶ୍ୟ ଥିଲା। ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥାଇ ଆଇଡିବିଆଇ ବ୍ୟାଙ୍କ ସର୍ବଦା ଆର୍ଥିକ ଲାଭଦାୟକ ବ୍ୟାଟିଂ ସମେତସାମାଜିକ ବ୍ୟାଙ୍କି ଦିଗ ଉପରେ ଗୁରୁତ୍ବ ଦେଇଆସିଛି । ୟୁନାଇଟେଡ୍ ଫୋରମ ଅଫ ଆଇଡିବିଆଇ ଅଫିସର୍ସ ଆଣ୍ଡଏଫ୍ଲୋଇଜ୍ ପକ୍ଷରୁ ଅଲ ଇଣ୍ଡିଆ ଆଇଡିବିଆଇ ଅଫିସର୍ସ ଆସୋସିଏସ ଅଲଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଏଫ୍ଲୋଇଜ୍ ଆସୋସିଏସନର ସଦସ୍ୟମାନେ ଦିନିକିଆଦେଶବ୍ୟାପୀ ଧର୍ମଘଟ ପାଳନ କରିଛନ୍ତି । ସଂଘ ପକ୍ଷରୁ ଜୁଲାଇ ୨୬ ତାରିଖ ଠାରେ ଦିଲ୍ଲୀର ଜନ୍ତର ମନ୍ତର ଠାରେଏବଂ ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଆଜାଦ ମଇଦାନରେ ଆଉ ଏକ ଧାରଣା ଦିଆଯାଇଥିଲା। ଏହି ଧାରଣାକୁୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନଏବଂ ଅନ୍ୟାନ୍ୟ କ୍ଷେତ୍ର ଯଥା ବୀମା ଏବଂ ରେଳବାଇଇତ୍ୟାଦି ୟୁନିଅନ ସମର୍ଥନ କରିଥିଲା। ସେମାନଙ୍କର ମୁଖ୍ୟ ଦାବି ଗୁଡ଼ିକ ଯଥାକ୍ରମେ ଭାରତ ସରକାର ଏବଂଏଲଆଇସି ଅଫ ଇଣ୍ଡିଆ ଦ୍ଵାରା ଆଇଡିଆଇ ବ୍ୟାଙ୍କର ପ୍ରସ୍ତାବିତ ବିକ୍ରୟକୁ ଘରୋଇ ବିଦେଶୀ ଖେଳାଳିମାନଙ୍କୁବନ୍ଦ କରନ୍ତୁ ।