ରାଜ୍ୟରେ ଚାଷୀଙ୍କୁ କୃଷିକ୍ଷେତ୍ରରେ ବୈଷୟିକ ସହାୟତାର ଅଭାବ ରହିଛି

0 171

ଭୁବନେଶ୍ୱର ,୩୦ଜୁଲାଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ରାଜ୍ୟରେ ପାଖାପାଖି ୬୫ ଲକ୍ଷ ଚାଷୀ ଅଛନ୍ତି। ଏମାନଙ୍କ ମଧ୍ୟରେ ଭାଗ ଚାଷୀ ମଧ୍ୟ ରହିଛନ୍ତି ମାତ୍ର ଏମାନେ କୃଷି କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟେକ ଚାଷ ବାସ ପୂର୍ବରୁ କୃଷି କାର୍ଯ୍ୟ ରେ ଯଥେଷ୍ଟ ବୈଷୟିକ ସହାୟତା ପାଉ ନାହାନ୍ତି। ଏଣୁ ସେମାନଙ୍କୁ ଯଥେଷ୍ଟ ଉନ୍ନତ କୃଷି ସହାୟତା ପ୍ରଦାନ କରାଯିବା ଆବଶ୍ୟକ ରହିଛି। ନାବାର୍ଡ ଏଥିପାଇଁ ଗ୍ରୀନ କ୍ଳାଇମେଣ୍ଟ ଫଣ୍ଡ ଆରମ୍ଭ କରିଛି ଯାହା ଦେଶରେ ପ୍ରଥମ। ଏଥିପାଇଁ ୯୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ସେଲକୋ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କ୍ଳାଇ ମେଣ୍ଟ ସ୍ମାର୍ଟ ଏଫ ପି ଓ ମିଟ ଓଡିଶା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଦିଗରେ ପାଣିପାଗରେ ସନ୍ତୁଳନ ରକ୍ଷା ପାଇଁ ନାବାର୍ଡ ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାଯ୍ୟକ୍ରମରେ ନାବାର୍ଡର ମହାପ୍ରବନ୍ଧକ ଶ୍ରୀ ତାଲୁକଦାର ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ ଓଡ଼ିଆରେ କହି ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଖୁସି କରି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମେଳାରେ ସି ୱାଇ ଏସ ଡ଼ି ର ସମ୍ପାଦକ ଜଗଦାନନ୍ଦ ପାଣିପାଗ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିଥିଲେ। ସେଲକୋର କୃଷ୍ଣ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ଉପଢୌକନ ଦିଆଯାଉ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ଦଳଗତ ଆଲୋଚନା ଓ ପ୍ରଦର୍ଶନୀ ପ୍ରଦକ୍ଷୀଣ ହୋଇଥିଲା।

Leave A Reply

Your email address will not be published.