ଜୀବନକୁ ସରଳ କରିବାକୁ ଇଶ୍ୱରଙ୍କ ସହିତ ଯୋଡି ହୁଅ

0 165

ଭୁବନେଶ୍ୱର : ୨୭ /୭( ପି ଏନ ଏସ ) ଜୀବନକୁ ସରଳ ଓ ଅର୍ଥପୂର୍ଣ୍ଣ କରିବାକୁ ହେଲେ ଇଶ୍ୱରଙ୍କ ସହିତ ଯୋଡି ହେବାକୁ ମାର୍ଗ ଦର୍ଶନ କରିଛନ୍ତି ବିଶିଷ୍ଟ ସାଇ ଭକ୍ତ ତଥା ସ୍ଥପତି ଭବାନୀ ଶଙ୍କର ମିଶ୍ର। ରବିବାର ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ନ୍ୟୁ ମାରିୟନ ଠାରେ ଓଡିଶା ସି ଏସ ଆର ଫୋରମ ସହିଦ ନଗର ଦ୍ୱାରା ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଧ୍ୟାତ୍ମିକ ମାଧ୍ୟମରେ ପରବର୍ତ୍ତୀ ଜୀବନର ଉଦ୍ଦେଶ୍ୟ ଏବଂ ଅର୍ଥ ଅନ୍ୱେଷଣ ଶୀର୍ଷକ ବିଷୟରେ ମୁଖ୍ୟ ଅତିଥି ତଥା ବକ୍ତା ଶ୍ରୀ ମିଶ୍ର ଜୀବନଚର୍ଯ୍ୟା ମଧ୍ୟରେ ଇଶ୍ୱରଙ୍କ ନିକଟ ବର୍ତ୍ତୀ ହେବା ପାଇଁ ମହାପୁରୁଷ ମାନଙ୍କ ଦର୍ଶନ ଉପରେ ମତ ରଖିଥିଲେ। ଏହି ଅବସରରେ ଉପସ୍ଥିତ ଶ୍ରୋତା ସେମାନଙ୍କ ସଂଶୟ ଦୂର ପାଇଁ ପରାମର୍ଶ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବି କେ ମିଶ୍ର ସଭାପତିତ୍ୱ କରିଥିଲେ ଓ ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.