ଆସନ୍ତା ୨୩ ରୁ ଦୁଇଦିନ ମାରୱାଡି ମହିଳା ସମିତି ଭୁବନେଶ୍ଵର ପକ୍ଷରୁସାୱନ ମେଳା

0 190

ଭୁବନେଶ୍ୱର: ( ପ୍ରତ୍ୟୁଷା ବ୍ୟୁରୋ) ମାରୱାଡି ମହିଳା ସମିତି, ଭୁବନେଶ୍ୱର ଶାଖା ପକ୍ଷରୁ ଆସନ୍ତା ୨୩ ଓ ୨୪ ଜୁଲାଇରେସାନ ମେଳାର ଆୟୋଜନ ହେବାକୁ ଯାଉଅଛି । ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗୀମନୋଭାବକୁ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଉଥ‌ିବା ସହ ମହିଳା ସଶକ୍ତିକରଣକୁପ୍ରୋତ୍ସାହିତ କରିବା ପାଇଁ ସର୍ବଦା ବଦ୍ଧ ପରିକର । ଏଥରେ ଭୁବନେଶ୍ଵର, କଟକ, କୋଲକାତା,ଖୋର୍ଦ୍ଧା, ଜଟଣୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟରେ ନିଯୋଜିତ ମହିଳାମାନେ ମାରୱାଡିମହିଳା ସମିତ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ଷ୍ଟଲ ସ୍ଥାପନ କରି ସକ୍ରିୟ ଭାବେ ଅଂଶଗ୍ରହଣକରନ୍ତି । ଏହି ପ୍ରଦର୍ଶନୀରେ ରାକ୍ଷୀ, କୁମ୍ଭୀ, ଶାଢୀ, ପାଶ୍ଚାତ୍ୟ ପୋଷାକ, ଗୋପାଳ ଜୀଙ୍କ ପୋଷାକ,ଇମିଟେସନ କ୍ଵେଲାରୀ, ବ୍ୟାଗ୍, ପର୍ସ, ଚପଲ, ଖେଳନା, ଉପହାର ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀସମେତ ବିଭିନ୍ନ ପ୍ରକାରର ଷ୍ଟଲ୍ ପ୍ରଦର୍ଶିତ ହେବ। ଏଥିରେ ଉଦ୍ୟୋଗୀମାନଙ୍କୁ ନିଜ ନିଜ ଘରେତିଆରି ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ। ଏଥୁ ସହିତ ପାରମ୍ପାରିକହସ୍ତଶିଳ୍ପର ସୁନ୍ଦର ପ୍ରଦର୍ଶନ ମାଧ୍ୟମରେ ଓଡିଶାର ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ପାଳନ କରାଯାଇଥାଏ।ଏହି ପଦକ୍ଷେପ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା, ସେମାନଙ୍କଆତ୍ମ ବିଶ୍ଵାସକୁ ପ୍ରେରଣା ଯୋଗାଇବା ଏବଂ ଏକ ଦୃଢ ନେଟ୍‌ୱର୍କ ନିର୍ମାଣ କରିବାର ଲକ୍ଷ୍ୟ ରହିଛି।ଏହି ପ୍ରତିଭାବାନ ମହିଳାମାନଙ୍କ ସମର୍ଥନ ଏବଂ ଉନ୍ନତି ପାଇଁ ସମସ୍ତେ ଏକାଠି ହେବାପାଇଁ ମହିଳାସମିତି ପକ୍ଷରୁ ସଭାପତି ଜୁହି ଅଗ୍ରୱାଲ ଆହ୍ବାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସିଓ୍ବାଙ୍ଗିଗୋଏନକା, ଉପଦେଷ୍ଟା ପ୍ରବୀଣା ଭଣ୍ଡାରୀ ଏବଂ ସୁଧା ଖଣ୍ଡେଲୱାଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.