ଭୁବନେଶ୍ବର: ୦୫ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ବ୍ୟାଙ୍କ ଅଫ୍ ବରୋଦା ଏବଂ ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନର ମିଳିତ ସହଯୋଗରେ ବିଶ୍ଵ ପରିବେଶ ଦିବସ-୨୦୨୫ ଭୁବନେଶ୍ଵରସ୍ଥିତ ୟୁନିଟ୍-୨ ମାର୍କେଟ ବିଲଡିଂ ଠାରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକନ୍ତୁ”କୁ ଉଭୟ ବ୍ୟାଙ୍କ ଅଫ୍ ବରୋଦା ଓ ବିଏମ୍ସି ଦ୍ଵାରା ପ୍ରୋତ୍ସାହିତ କରାଯାଇଥିଲା। ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ (ଆଇଏଏସ୍) ଏହି କାର୍ଯ୍ୟକ୍ରମର ଅଧ୍ଯକ୍ଷତା କରିଥିଲେ। ଏଥିରେ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟଙ୍କ ସମେତ ବିଓବି ଏବଂ ବିଏମ୍ସିର ଅଧିକାରୀଗଣ ଉପସ୍ଥିତ ଥିଲେ । ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ୟୁନିଟ୍-୨ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଏକତ୍ରିତ ହୋଇଥିଲେ। ବ୍ୟାଙ୍କ ଅଫ୍ ବରୋଦା ଏବଂ ବିଏମ୍ସିର ଅଧିକାରୀମାନଙ୍କ ମଧ୍ୟରେ ଭାବାନୁପ୍ରଦାନ ହୋଇଥିବା ସହ ସମସ୍ତେ ଏକ ମେଗା ୱାକାଥରେ ଯୋଗଦେଇଥିଲେ। ସମସ୍ତ ଅଧିକାରୀଗଣ “ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକନ୍ତୁ ” ବିଷୟବସ୍ତୁକୁ ଆଖି ଆଗରେ ରଖି ପ୍ଲାଷ୍ଟିକ ବୋତଲ ଓ ଥେସ୍ ସଂଗ୍ରହ କରି ସ୍ଥାନୀୟ ଲୋକମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାରେ ପ୍ଲାଷ୍ଟିକ ବିସ୍ଥାପନ ସଚେତନ କରାଇଥିଲେ ।