ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ମୋହନଙ୍କୁ ବଦନାମ୍ ପାଇଁ ଭରପୁର ଷଡ଼ଯନ୍ତ୍ର ।

0 302

ଭୁବନେଶ୍ୱର : ୦୪ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )

ରାଜ୍ୟରେ ନବ ଗଠିତ ଭାରତୀୟ ଜନତା ପାର୍ଟି ସରକାର ଆଉ ଦିନ କେଇଟା ପରେ ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୂର୍ତ୍ତି ପାଳନ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ବର୍ଷରେ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେଉଁ ପ୍ରକାର ପ୍ରଦର୍ଶନ ଦେଇଛନ୍ତି ତାହା ସରକାରଙ୍କ ପକ୍ଷରୁ ବିଧିବଦ୍ଧ ରାଜ୍ୟବାସୀଙ୍କୁ ଅବଗତ କରାଯିବ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରିପୋର୍ଟ କାର୍ଡ ପ୍ରଦାନ ପାଇଁ ପ୍ରୟାସ କରିବେ। ଆଉ ଠିକ୍ ଏତିକି ବେଳେ ମୋହନଙ୍କୁ ବଦନାମ୍ ପାଇଁ ଭରପୁର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଜାତୀୟ ସ୍ତରୀୟ ସାମ୍ବାଦିକ ବୋଲି ନିଜକୁ ଦାବୀ କରୁଥିବା ଜଣେ ସାମ୍ବାଦିକ ଜାତୀୟ ସ୍ତରୀୟ ସମ୍ବାଦ ପ୍ରକାଶ କରି କେନ୍ଦ୍ର ଓ ରାଜ୍ୟ ସରକାରରେ କରାଯାଉ ଥିବା ଭଲ କାମ ଗୁଡିକ ଉପରେ ଖବର ପରିବେଷଣ ନ କରି ଗତ ଦୁଇ ବର୍ଷ ମଧ୍ୟରେ ସାମ୍ବାଦିକତାକୁ ବ୍ୟକ୍ତିଗତ ସମାଲୋଚନା ସ୍ତରକୁ ନେଇ ଆସିଛନ୍ତି । ଗତ କିଛିଦିନ ପୂର୍ବରୁ ସେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚର୍ଚ୍ଚା କରି ଢେର୍ ସମଲୋଚିତ ହୋଇଥିଲେ। ଦେଶ ଏବେ ଜମ୍ମୁ କାଶ୍ମୀର ପହଲ୍ ଗାମ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରୁଥିବା ବେଳେ ଏହି ସାମ୍ବାଦିକ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ ଗସ୍ତରେ ଗଲେ କେଉଁଠି ରହୁଛନ୍ତି, କ’ଣ ଖାଉଛନ୍ତି , କ ‘ଣ ପିନ୍ଧୁଛନ୍ତି ଖବର ପରିବେଷଣ କରୁଛନ୍ତି । ନିଜ ନାମରେ ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲି ସେଥିରେ ବ୍ୟକ୍ତିଗତ କୁତ୍ସା ସମ୍ବଳିତ ଭିଡ଼ିଓ ବଜାଉଛନ୍ତି । ସେ କିନ୍ତୁ ଭେକ ଥିଲେ ଭିକ ଭଳି ଏକ ଓଡ଼ିଆ ରୂଢି ସମ୍ପର୍କ ବିଷୟରେ ଅବଗତ ନାହାନ୍ତି। ମୋହନ ଲୋକଙ୍କ ମୁଖ୍ୟମନ୍ତ୍ରୀ ଅର୍ଥ ନୁହେଁ ସେ ରାଜ୍ୟ ବାହାରକୁ ଗଲେ କେଉଁଠି ରହିବେ ସେ ସ୍ଥିର କରିବେ। ତଙ୍କ କାର୍ଯ୍ୟକ୍ରମର ଗରିମାକୁ ନେଇ ବ୍ୟବସ୍ଥା ହେବ। ଦିଲ୍ଲୀ ମୁମ୍ବାଇ ଗସ୍ତ ସମୟରେ ସେଠାକାର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଇଜ୍ଜତ। ତାହା ତାଙ୍କର ବ୍ୟକ୍ତିଗତ ନୁହେଁ। ଏଣୁ ଏହି ସାମ୍ବାଦିକ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉ ଥିବା କୌଣସିଟି ବ୍ୟବସ୍ଥାକୁ ନେଇ ମୋହନ ମାଝୀଙ୍କୁ ନିଚା ଦେଖାଇବା କେତେ ଦୂର ଯଥାର୍ଥ। ଏହି ସାମ୍ବାଦିକ ତାଙ୍କର ଏକ ଭିଡ଼ିଓରେ ଦେଖାଇଥିଲେ ମୋହନ ମୋ ଉପରେ ରାଗିଛନ୍ତି । ଏହାର ଅର୍ଥ କଣ ହୋଇପାରେ ? ଏହି ସାମ୍ବାଦିକ ନିଜକୁ ବଡ ମନେ ନ କରି ଗତ ବର୍ଷେ ମଧ୍ୟରେ ମୋହନ ରାଜ୍ୟ ବିକାଶରେ କେଉଁ ପ୍ରକାର ପ୍ରଦର୍ଶନ ଦେଇଛନ୍ତି ତାହା ପ୍ରକାଶ କରନ୍ତୁ । ଯେପରି ସରକାରର କାର୍ଯ୍ୟକ୍ରମ ମଧ୍ୟରେ ସୁଭଦ୍ରା ଏକ କୋଟି ମହିଳାଙ୍କୁ ସଶକ୍ତ କରିଛି, ଶିଳ୍ପ ପାଇଁ ଉତ୍କର୍ଷ ଓଡ଼ିଶା, ଆୟୁଷ୍ମାନ ଜନ ଆରୋଗ୍ୟ, ଅନ୍ତୋଦ୍ୟୟ ପକ୍କା ଘର ଯୋଜନା, ନିଯୁକ୍ତି ମେଳା ଆୟୋଜନ ଇତ୍ୟାଦି। ସରକାର ଆଉ କଣ ପଦକ୍ଷେପ ନେବେ ବା ନେବା ଉଚିତ୍ ତାହାର ବିଶ୍ଳେଷଣ ହେଉ। ତାହା ନ କରି ମୋହନଙ୍କୁ ନୀଚା ଦେଖାଇଲେ ଉତ୍ତର ଏହି ସାମ୍ବାଦିକଙ୍କୁ ରାଜ୍ୟବାସୀ ଦେବେ । ମୋହନ ଲୋକଙ୍କ ପାଇଁ ବିକାଶ ସ୍ବପ୍ନ ଦେଖୁଥିବା ବେଳେ ଏହି ସାମ୍ବାଦିକ କ’ଣ ନିଜ ଏଜେଣ୍ଡା ରଖିଛନ୍ତି ତାହା ଓଡ଼ିଆ ସାମ୍ବାଦିକ ଭଲ ଭାବେ ଜାଣେ। ତେଣୁ କାହାକୁ ବଦନାମ୍ ପାଇଁ ଲେଖନୀ ଚାଳନା ନ କରି ରାଜ୍ୟ ସରକାରଙ୍କ କାର୍ଯ୍ୟର ଭଲ କାମ ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହୁ।

Leave A Reply

Your email address will not be published.