ୱଣ୍ଡରଲା ଭୁବନେଶ୍ଵର ପକ୍ଷରୁ ଦୁଇଟି ନୂଆ ଗ୍ରୀଷ୍ମ ଆକର୍ଷଣକୁ ଓଡ଼ିଆ ସୁପର ଷ୍ଟାର ବାବୁସାନ କଲେ ଉନ୍ମୋଚନ ।

0 256

ଭୁବନେଶ୍ୱର: ୨୯ ଏପ୍ରିଲ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ଭାରତର ସର୍ବବୃହତ ମନୋରଞ୍ଜନ ଧର୍ମୀ ପାର୍କ ଶୃଙ୍ଖଳା ୱଣ୍ଡରଲା ହଲିଡେଜ ଲିମିଟେଡ ପକ୍ଷରୁ ଆଜି ଏହାର ଦୁଇଟି ନୂଆ ଆକର୍ଷଣ ଶୁଭାରମ୍ଭ କରାଯାଇଛି । ଏସବୁକୁ ଭୁବନେଶ୍ଵର ପାର୍କରେ ଦୁଇଟି ନୂଆ ଆକର୍ଷଣ ’ଫଙ୍କି ମଙ୍କି’ ଓ ’ୱଣ୍ଡରଲା ମିଶାଇ ୱଣ୍ଡରଲା ଭୁବନେଶ୍ଵରରେ ଏବେ ୨୩ଟି ଭୂପୃଷ୍ଠ ଓ ଜଳ ଆକର୍ଷଣ ରହିଛି ଏବଂ ଏହା ଓଡ଼ିଶାର ସର୍ବବୃହତ ଆମ୍ୟୁଜଏଂଟ ପାର୍କ ଭାବେ ନିଜର ସ୍ଥାନ ସୁଦୃଢ଼ କରିଛି । ଗ୍ରୀଷ୍ମ ଋତୁ ପାଇଁ ସମୟୋପଯୋଗୀ ଏହି ନୂଆ ଯାତ୍ରାରେ ୱଣ୍ଡରଲାର ଉଚ୍ଚ-ରୋମାଂଚ ଏବଂ ପାରିବାରିକ ଅନୁକୂଳ ଅନୁଭୂତିର ପୋର୍ଟଫୋଲିଓକୁ ବିସ୍ତାର କରିବା ଉପରେ ଗୁରୁତ୍ଵ ଦିଆଯାଇଛି । ଲୋକପ୍ରିୟ ଅଭିନେତା ତଥା ଗାୟକ ବାବୁଶାନ ମହାନ୍ତିଙ୍କ ସହ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ଏମଡି ଅରୁଣ କେ ଚିତିଲପିଲି, ସିଓଓ ଧୀରନ ଚୌଧୁରୀ ଓ ଭୁବନେଶ୍ଵର ପାର୍କ ମୁଖ୍ୟ କଳ୍ପତରୁ ନାୟକଙ୍କ ଉପସ୍ଥିତିରେ ପାର୍କରେ ଏହି ଉନ୍ମୋଚନ ଉତ୍ସବ ପାଳିତ ହୋଇଥିଲା । ନୂତନ ଆକର୍ଷଣର ମୁଖ୍ୟଶ: • ଫଙ୍କି ମକି: ଏହା ହେଉଛି ୭ ମିଟର ଉଚ୍ଚତା ବିଶିଷ୍ଟ ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଏକ ଆକର୍ଷଣ, ଯେଉଁଥରେ ଏକ କ୍ୟାବିନ୍ ରହିଛି । ସେଥ‌ିରେ ଏକ ରୋମାଂଚକର ତଥା ସୁରକ୍ଷିତ ଅନୁଭୂତି ପାଇଁ ୬ ଜଣ ପିଲାଙ୍କୁ ସୁଗମ ଉପର ଓ ତଳକୁ ଗତିରେ ରଖାଯାଇଥାଏ । ପ୍ରତ୍ୟେକ ସିଟରେ ସୁରକ୍ଷିତ ଲାପ୍ ଲକ୍ ଲଗାଯାଇଛି ଯାହା ୩ ମିନିଟର ଦୁଃସାହସିକ ଯାତ୍ରା ସମୟରେ ସର୍ବାଧ୍ଵକ ନିରାପତା ସୁନିଶ୍ଚିତ କରିବ । ୱଣ୍ଟରଲା ବାମ୍ବା: ଏହି ରୋମାଂକର ଯାତ୍ରାରେ ୧୮ ଜଣ ଯାତ୍ରୀ ରହିପାରିବେ ଏବଂ ୧୦ ଆରପିଏମ ପର୍ଯ୍ୟନ୍ତ ବେଗରେ ଉଭୟ କ୍ଲିକ ୱାଇଜ ଏବଂ ଆଂଟି-କ୍ଲକ୍ ୱାଇଜ୍ ଦିଗରେ ୩୬୦ ଡିଗ୍ରୀ ପୂର୍ଣାୟମାନ ଅନୁଭୂତି ପ୍ରଦାନ କରିବ ଯାହା ୫.୫ ମିଟର ଉଚ୍ଚତାରେ ପହଂବ। ୨ ମିନିଟ୍ ଏବଂ ୩୦ ସେକେଣ୍ଡର ଯାତ୍ରାରେ ପ୍ରତ୍ୟେକ ରାଇଡରଙ୍କୁ କାନ୍ଧର ତାଲା ସୁରକ୍ଷିତ ରଖିବା ସହିତ ସୁରକ୍ଷା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ ।

Leave A Reply

Your email address will not be published.