ଭୁବନେଶ୍ୱର , 20.04.25 ( ପ୍ରତ୍ୟୁଷା ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ବପ୍ନକୁ ସଫଳ କରାଇବା ପାଇଁ ମହିଳା ସଶକ୍ତିକରଣ ଏବେ ଦେଶରେ ଆଗକୁ ବଢୁଛି। ଦେଶରେ ଏବେ ଦେଢ଼ କୋଟିରୁ ଅଧିକ ମହିଳା ଏସ ଏଚ ଜି ଜରିଆରେ ସଶକ୍ତ ହୋଇପାରିଛନ୍ତି।

ଇଣ୍ଡିଆନ ବ୍ୟାଙ୍କ ଓଡିଶା ଏ ଦିଗରେ କାର୍ଯ୍ୟ କରି ଓଡିଶାରେ ମହିଳା ସଶକ୍ତିକରଣକୁ ବାସ୍ତବ ରୂପ ଦେଇଛି। ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କ ୫୦୯ କୋଟି ଟଙ୍କା ମହିଳା ଏସ ଏଚ ଜି ଙ୍କ ପାଇଁ ମଞ୍ଜୁରୀ ଦେଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟ ରେ ଆୟୋଜିତ ଏ ସମ୍ପର୍କିତ ଋଣ ଶିବିରକୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ସଚିବ ଏମ ନାଗରାଜୁ ଅନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ଇଣ୍ଡିଆନ ବ୍ୟାଙ୍କର ପରିଚାଳନା ନିର୍ଦେଶକ ବିନୋଦ କୁମାର ଶିବିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ଏସ ଏଚ ଜି ମହିଳା ଗ୍ରୁପ ଗୁଡିକ ସେମାନଙ୍କ ସଫଳତା ବଖାଣିଥିଲେ।