ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ବିଶ୍ବ ଲିଭର ଦିବସ ଅବସରରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ଚକ୍ର ଅନୁଷ୍ଠିତ ।

0 201

ଭୁବନେଶ୍ବର ୧୯ ୦୪ ( ପ୍ରତ୍ୟୁଷା ବ୍ୟୁରୋ )ବିଶ୍ବ ଲିଭର ଦିବସ ଅବସରରେ ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ୟୁନିଟ ୯ ମଧୁସୂଦନ ମାର୍ଗର ମହାବୁଦ୍ଧ ସୋସାଇଟି ଅଫ୍ ଇଣ୍ଡିଆ ଠାରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧ‌ିକ ଲୋକ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ବରିଷ୍ଠ ସାମ୍ବାଦିକ ତଥା ଟାଇମ୍ସ ଅଫ୍ ଇଣ୍ଡିଆ ପୂର୍ବତନ ଓଡ଼ିଶା ବ୍ୟୁରୋ ଚିଫ୍ ଡଃ ରାଜରାମ ସତପଥୀ | ମଣିପାଲ ହସ୍ପିଟାଲ ଭୁବନେଶ୍ବରର ମେଡ଼ିକାଲ ଡାଇରେକ୍ଟର ଡାକ୍ଟର ଶକ୍ତିମୟ ମହାପାତ୍ର ମାଣିପାଲ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରା, ଡାକ୍ତର ଜ୍ଞାନ ରଞ୍ଜନ ରାଉତ, ଜିଆଇ ଓ ଏଚପିବି ସର୍ଜନ ଡାକ୍ତର ଜ୍ୟୋତିର୍ମୟ ଜେନା ଉପସ୍ଥିତ ଉପସ୍ଥିତ ଥିଲେ। ଏହି ଅବସରରେ ଡଃ ରାଜାରାମ ସତପଥୀ କହିଛନ୍ତି “ବର୍ତ୍ତମାନ ସମୟରେ ଆମର ଜୀବନଶୈଳୀ କାରଣରୁ ଲିଭର ରୋଗ ସମେତ ଅନ୍ୟ ବିଭିନ୍ନ ପ୍ରକାର ରୋଗ ଦ୍ରୁତ ଗତିରେ ବଢୁଛି । ଏ ସମ୍ପର୍କରେ ସଚେତନତା ହେଉଛି ପ୍ରତିରୋଧର ପ୍ରଥମ ପାହାଚ । ମଣିପାଲ ହସ୍ପିଟାଲ ଭୁବନେଶ୍ବର ଦ୍ବାରା ନିଆଯାଇଥ‌ିବା ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ଏପରି ସ୍ବାସ୍ଥ୍ୟ ଶିବିରରେ ସାଧାରଣ ଲୋକଙ୍କର ଅଂଶଗ୍ରହଣ ଓଡ଼ିଶାକୁ ସୁସୁ ରାଜ୍ୟ ଭାବେ ଗଢିଉଠିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଏ ।” ଏହି ସ୍ବାସ୍ଥ୍ୟ ଶିବିର ସକାଳ 10ଟା ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଠାରେ ବିନା ମୁଲ୍ୟରେ ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରା ଡାକ୍ତର ଜ୍ଞାନ ରଞ୍ଜନ ରାଉତ, ଜିଆଇ ଓ ଏଚପିବି ସର୍ଜନ ଡାକ୍ତର ଜ୍ୟୋତିର୍ମୟ ଜେନାଙ୍କ ପରାମର୍ଶ ନେବା ସହିତ ଲିଭର ପରୀକ୍ଷା ମଧ୍ୟ ଦେଇଥିଲା |

Leave A Reply

Your email address will not be published.