ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଢୁଛି ଚର୍ଚ୍ଚା ।

0 27

ଭୁବନେଶ୍ୱର, 05.04.25 ( ପ୍ରତ୍ୟୁଷା ବ୍ୟୁରୋ ) :ରାଜ୍ୟରେ ଏବେ ପାଣ୍ଡିଆନ ଦମ୍ପତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ନିକଟରେ ଭାରତୀୟ ପ୍ରଶାସନ ସେବାରୁ ଆଇ ଏ ଏସ ସୁଜାତା ରାଉତ ଓରଫ କାର୍ତ୍ତିକେୟନ ସ୍ଵେଛାକୃତ ଅବସର ନେଲେ। ପୂର୍ବରୁ ତାଙ୍କ ସ୍ୱାମୀ ଭି କେ ପାଣ୍ଡିଆନ ଅବସର ନେଇ ରାଜନୀତିଙ୍କୁ ଓଲ୍ଲାଇଥିଲେ। ତେବେ ଓଡ଼ିଆ ଅସ୍ମିତା ନାରାରେ ପାଣ୍ଡିଆନ ଓଡ଼ିଆଙ୍କ ନିକଟରେ ଗ୍ରହଣୀୟ ନ ହେବା ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। ରାଜ୍ୟରେ ନିର୍ବାଚନ ପର ଓ ପୂର୍ବ ଦୃଶ୍ୟ ପଟ୍ଟରେ ପାଣ୍ଡିଆନ ଏବେ ଯେ ବିଜେଡି ଦଳ ମଧ୍ୟରେ ନୀତି ନିର୍ଧାରଣ କରୁଛନ୍ତି ଏହା ରାଜନୀତିରେ ରୁଚି ରଖୁ ଥିବା ବ୍ୟକ୍ତି ବିଶେଷ ବିଶ୍ୱାସ କରୁଥିବା ବେଳେ ବିଜେଡି ଦଳ ଭିତରେ ପାଣ୍ଡିଆନଙ୍କୁ ନେଇ ଏକ ସ୍ୱତନ୍ତ୍ର ଗୋଷ୍ଠୀ କାମକରୁଛି। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟସାଧିକ ଦୁର୍ବଳତା କାରଣ କୁ ନେଇ କିଏ ନବୀନଙ୍କ ପରେ ବିଜେଡିର ମଙ୍ଗ ଧରିବ ତାହା ଆଲୋଚନାର କେନ୍ଦ୍ର ହୋଇଛି। ଓଡ଼ିଆ ଅସ୍ମିତା ନାରା ଦେଇ ରାଜ୍ୟରେ ବିଜେପି କ୍ଷମତାକୁ ଆସି ଥିବାରୁ ସୁଜାତା ଙ୍କୁ ଏବେ ଦଳର ଏକ ଶକ୍ତିଶାଳୀ ଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି। ରାଜ୍ୟରେ ଜଣେ ଆଇ ଏ ଏସ ଅବସର ନେଲେ କି ଇସ୍ତଫା ଦେଲେ ଚର୍ଚ୍ଚା କାହିଁକି ହେବ କିନ୍ତୁ ସୁଜାତାଙ୍କ ଭି ଆର ଏସ ଖବର ଦିଲ୍ଲୀ ମହଲରେ ଚର୍ଚ୍ଚା ସୃଷ୍ଟି କଲା କାହିଁକି। ସୁଜାତାଙ୍କ ଏ ଖବର ଜାତୀୟ ଗଣ ମାଧ୍ୟମରେ କାହିଁକି ସ୍ଥାନ ପାଇଲା। ଏହା ନିଶ୍ଚିତ ସୁଜାତାଙ୍କ ଭାବ ମୂର୍ତ୍ତି ବଢାଇବା ପାଇଁ ନିଶ୍ଚୟ କରାଯାଇଥିଲା। ସୁଜାତା ରାଜ୍ୟ ପ୍ରଶାସନରେ କାମ କରୁଥବା ବେଳେ ବିଶେଷ କରି ମିଶନ ଶକ୍ତି ବିଭାଗରେ ବଳିଷ୍ଠ ଭୂମିକା ନିଭାଇଥିଲେ। ୭୦ ଲକ୍ଷ ମହିଳାଙ୍କୁ ସ୍ୱୟଂ ସ୍ୱାବଲମ୍ବୀ କରିବା କିଛି ଛୋଟିଆ କଥା ନ ଥିଲା। ବିଜେଡିର ଗାଁ କୁ କାମ ମା କୁ ସମ୍ମାନ ସ୍ଲୋଗାନ ପାଇଁ ଏହା ବେଶ ବଳ ଯୋଗାଇ ଥିଲା। ୨୪ ବର୍ଷ ଧରି ବିଜେଡି କ୍ଷମତାରେ ରହିବାରେ ୨୦୧୪ ପରେ ପାଣ୍ଡିଆନ ଦମ୍ପତିଙ୍କ ଭୂମିକା ଥିଲା। ଏଣୁ ସୁଜାତା ଇସ୍ତଫା ଦେବା ଏବଂ ଦିଲ୍ଲୀରେ ପ୍ରେସ ରିଲିଜ ଆସିବା ପଛରେ ନିଶ୍ଚୟ ରହିଛି ରାଜନୈତିକ ଗନ୍ଧ। ପାଣ୍ଡିଆନ ସିନା ଓଡ଼ିଆ ଅସ୍ମିତା ନାରାରେ ଗ୍ରହଣୟ ହେଲେ ନାହିଁ ହେଲେ ସୁଜାତା ତ ଓଡ଼ିଆ ଝିଅ କେନ୍ଦ୍ରାପଡ଼ା ମାଟିର ସନ୍ତାନ ଓଡ଼ିଆ ପାଣି ପବନରେ ଜୀବନ ଏଣୁ ସୁଜାତାଙ୍କୁ ନେଇ ଅସ୍ମିତା କେହି କହିଲେ ଗ୍ରହଣୀୟ ହେବ ନାହିଁ ଏଣୁ ଗତ ନିର୍ବାଚନରେ କ୍ଷମତା ହରାଇ ବିଜେଡି ଯେଉଁ ପରାଭବ ଭୋଗୁଛି ତାହା ସୁଜାତାଙ୍କ ରାଜନୈତିକ ଆବିର୍ଭାବରେ ଦୂର ହୋଇପାରିବ ଏବଂ ନବୀନଙ୍କ ଉତ୍ତରାଧିକାରୀ ଖୋଜାରେ ପୂର୍ଣ୍ଣଛେଦ ପକାଇବ ବୋଲି ଆଶା କରାଯାଉଛି। ପାଣ୍ଡିଆନଙ୍କ ପ୍ରତି ନବୀନଙ୍କ ଭରସା ଓ ବିଶ୍ୱାସ ଥିବାରୁ ସୁଜାତାଙ୍କୁ ନେଇ ବିଜେଡି ଆଉ ଏକ ଇଂନିସ ଖେଳିବାରେ ସଫଳ ହେବ।

Leave A Reply

Your email address will not be published.