ଭୁବନେଶ୍ୱର, 05.04.25 ( ପ୍ରତ୍ୟୁଷା ବ୍ୟୁରୋ ) : କୁନି କଳିକା ଅପୂର୍ବା ସଂଗୀତ ଯାଦୁରେ ଶ୍ରୋତାଙ୍କ ମନ ମୋହୁଛନ୍ତି। ସଂଗୀତ ଗୁରୁ ରଜନୀ କାନ୍ତ ମହାପାତ୍ରଙ୍କ ପ୍ରେରଣାରେ ଉଦୟ ସଂଗୀତାୟାନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତାଙ୍କର ସଂଗୀତ ପରିବେଷଣ ଶୈଳୀ ଶ୍ରୋତାଙ୍କ ମନରେ ଉଙ୍କି ମାରିଛି। ପାଠ ପଢ଼ା ସହିତ ସଂଗୀତ ଶିକ୍ଷାରେ ତାଙ୍କ ପାରଦର୍ଶିତାକୁ ସେ ପଢ଼ୁଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବିଦ୍ୟାଳୟର ସହପାଠୀ ମାନେ ଢେର ପ୍ରସଂଶା କରିଛନ୍ତି। ଅପୂର୍ବାଙ୍କ ସ୍ୱର ଗାୟନ ଶୈଳୀ ପାଇଁ ଏବେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡାକରା ମିଳୁଛି। ଭବିଷ୍ୟତ ରେ ଅପୂର୍ବା ଜଣେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହୋଇପାରିବେ ବୋଲି ତାଙ୍କ ଗୁରୁ ଆଶା ପ୍ରକାଶ କରିଛନ୍ତି।