ଭୁବନେଶ୍ୱର ୦୩ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) :ଓଡିଶା ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ ହୋଇଛି। ଦୀର୍ଘ ସାଢେ ୧୨ ଘଣ୍ଟାର ଆଲୋଚନା ପରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଏହି ବିଲକୁ ସରକାରୀ ଦଳର ମୁଖ୍ୟ ସଚେତକ ଙ୍କ ପ୍ରସ୍ତାବ କ୍ରମେ ଆଲୋଚନାକୁ ଆଣିଥିଲେ। ଗୃହ ଆସନରେ ବାଚସ୍ପତି ସୁରମା ପାଢ଼ୀ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ମାନଙ୍କୁ ସଂଶୋଧନ ବିଲ ଉପରେ ମତ ରଖିବା ପାଇଁ ସୁଯୋଗ ଦେଇଥିଲେ। ଗତ କାଲି ଅପରାହ୍ନ ୪ଟାରୁ ବିଲ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଯାହା ରାତି ତମାମ ଆଜି ଭୋର ସାଢେ ୪ ଟାରେ ଶେଷ ହେବା ପରେ ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ପରେ ପାରିତ ହେଇଛି। ବିଲ ପାରିତ ହେବା ସମୟରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ୧୪ ଜଣ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ। ଯାହାକୁ ଐତିହାସିକ ବୋଲି କୁହାଯାଇପାରିବ।
