ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍ ପରିଚାଳନା କଲେ ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ର ।
ନୂଆଦିଲ୍ଲୀ, ୮ /୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା ଦେଶର ସବୁ ମହିଳାଙ୍କୁ ବିଜ୍ଞାନ କ୍ଷେତ୍ରକୁ ଆସିବା ଲାଗି ଆହ୍ୱାନ ଦେଇଛନ୍ତି । ସେ ଲେଖୁଛନ୍ତି, ‘‘ଭାରତରେ ମହିଳାଙ୍କ ପାଇଁ ବିଜ୍ଞାନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ପୂର୍ବରୁ ଆଣବିକ ପ୍ରଯୁକ୍ତି ଭଳି କ୍ଷେତ୍ରରେ ଭାରତର ମହିଳାଙ୍କ ପାଇଁ ଏତେ ସୁଯୋଗ ମିଳିବା କଳ୍ପନା ବାହାରେ ଥିଲା। ଭାରତୀୟ ମହିଳାମାନଙ୍କ ପାଖରେ ନିଶ୍ଚିତ ଭାବେ ପ୍ରତିଭା ରହିଛି ଏବଂ ଭାରତ ପାଖରେ ନିଶ୍ଚିତ ଭାବେ ଉପଯୁକ୍ତ ମଞ୍ଚ ରହିଛି।” ଏଲିନା ଆହୁରି ଲେଖୁଛନ୍ତି, ”ମୁଁ ଏଲିନା ମିଶ୍ର ଏବଂ ମୁଁ ଓଡ଼ିଶାର ଭୁବନେଶ୍ବରରୁ ଆସିଛି । ମୁଁ ଏକ ଦୃଢ଼ ଶିକ୍ଷାଗତ ପୃଷ୍ଠଭୂମି ଥିବା ପରିବାରରୁ ଆସିଛି ଏବଂ ମୋ ପରିବାର ଲୋକମାନେ ବିଜ୍ଞାନ ପଢ଼ିବା ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିଥିଲେ । ବିଜ୍ଞାନ ପ୍ରତି ମୋର ଆଗ୍ରହ ଓ ଜିଜ୍ଞାସା ମୋ ବାପାଙ୍କ କାରଣରୁ ବିକଶିତ ହୋଇଥିଲା। ସେ ମୋର ପ୍ରେରଣା ଏବଂ ମୁଁ ତାଙ୍କୁ ନିଜର ଗବେଷଣା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବାର ଦେଖୁଛି |” ‘‘ବିଜ୍ଞାନ କ୍ଷେତ୍ରରେ କାମ କରିବାର ମୋର ସ୍ବପ୍ନ ସେତିକିବେଳେ ପୂରଣ ହେଲା ଯେତେବେଳେ ମୁଁ ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରରେ ଯୋଗ ଦେବାକୁ ମନୋନିତ ହେଲି।” ‘‘ଇଲେକ୍ଟ୍ରି । ମ୍ୟାଗ୍ନେଟିଜିମ୍, ଆକ୍ସେଲରେଟର୍ ପଦାର୍ଥ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ଗୋଟିଏ ଦଳ ସହ କାମ କରିବା ଲାଗି ମୋତେ ସୁଯୋଗ ମିଳିଲା। ଲୋ ଏନର୍ଜି ହାଇ ଇଣ୍ଟେନସିଟି ପ୍ରୋଟୋନ ଆକ୍ସେଲରେଟର (ଏଲଇଏଚଆଇପିଏ) ପାଇଁ ଡ୍ରିଙ୍ଗ୍ ଟ୍ୟୁବ୍ ଲିନାକ କାଭିଟାଇଜର ଏବଂ ଆରଏଫ୍ (ରେଡିଓ ଫ୍ରିକୁଏନ୍ସି) ବୈଶିଷ୍ଟ୍ୟର ବିକାଶ ସହ ମୁଁ ଜଡ଼ିତ ହୋଇଥିଲି ।ପ୍ରୋଟୋନ ବିମ୍ ସଫଳତାର ସହିତ ତ୍ବରାନ୍ବିତ ହେବା ଅତ୍ୟନ୍ତ ଗୌରବ ଏବଂ ସନ୍ତୋଷଜନକ ମୁହୂର୍ତ୍ତ ଥିଲା।” ”ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଫର୍ମୀଲାବ୍ ସହଯୋଗ (ଆଇଆଇଏଫସି) ଅଧୀନରେ ଆମେ ଚିକାଗୋସ୍ଥିତ ଫର୍ମୀ ନେସନାଲ ଆକ୍ସିଲରେଟର ଲାବୋରେଟୋରୀର 800 ଏମଇଭି ପ୍ରୋଟନ୍ ଇମ୍ପୁଭମେଣ୍ଟ ପ୍ଲାନ୍ (ପିଆଇପି-2) ପ୍ରକଳ୍ପ ପାଇଁ ସ୍ବଦେଶୀ ଭାବେ ଅନେକ ଫୋକସିଂ କ୍ଵାଡୁପୋଲ୍ ମ୍ୟାଗ୍ନେଟ୍ ଓ ବିମ୍ ଷ୍ଟିୟରିଂ ଡାଇପୋଲ କରେକ୍ଟର୍ ମ୍ୟାଗ୍ନେଟ୍ ଡିଜାଇନ୍ ଓ ବିକଶିତ କରିଛୁ। ବିଏଆରସି ଦ୍ବାରା ପରିକଳ୍ପିତ ଏବଂ ବିକଶିତ ଚୁମ୍ବକ ଏବେ ପିଆଇପି-2 ବିମ୍ ଲାଇନର ଏକ ଅଂଶବିଶେଷ।’’ ”ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ, ପ୍ରାଥମିକ ସ୍ବାସ୍ଥ୍ୟସେବା ନିଦାନ ଏବଂ ଇମେଜିଂ ସୁବିଧା ସଂଖ୍ୟାରେ କମ୍ ଥିବାରୁ, ଏକ ସ୍ବଳ୍ପ ମୂଲ୍ୟର, କମ୍ପାକ୍ଟ ପୋର୍ଟେବଲ୍, କ୍ରାୟୋ-ମୁକ୍ତ, ହାଲୁକା ବ୍ୟବସ୍ଥା ପାଇଁ ଏକ ଅଭିନବ ସମାଧାନ ପ୍ରସ୍ତୁତ କରାଯାଇଛି ଯାହା ସହଜରେ ଦୁର୍ଗମ ଅଞ୍ଚଳକୁ ପରିବହନ କରାଯାଇପାରିବ । ଏ ଦିଗରେ, ଆମେ ଡାକ୍ତରୀ ପ୍ରୟୋଗ ପାଇଁ ଏକ ଅନ୍ତର୍ନିର୍ମିତ ଚୁମ୍ବକୀୟ କ୍ଷେତ୍ର ଗ୍ରେଡିଏଣ୍ଟ ସହିତ ହାଲବ୍ୟାକ୍ ଆଧାରିତ ସ୍ଥାୟୀ ଚୁମ୍ବକ ଡାଇପୋଲର ପରିକଳ୍ପନା ଏବଂ ବିକାଶ କରିଛୁ। ଏଗୁଡ଼ିକ ମଧ୍ୟରୁ ଅନେକ କିଛି ବୈଷୟିକ ଲାଗୁଥାଇପାରେ, କିନ୍ତୁ ଏହା ନିଶ୍ଚିତ ଭାବେ ସନ୍ତୋଷଜନକ ଏବଂ ଆଣବିକ ପ୍ରଯୁକ୍ତିବିଦ୍ୟା କିପରି ଜୀବନରେ ଉନ୍ନତି ଆଣିପାରିବ ।