ମାର୍ଚ୍ଚ ୮ରୁ ଦୁଇ ଦିନ ଆଇସିଏମ୍ଆଇ ସମ୍ମିଳନୀ ।

0 37

ଭୁବନେଶ୍ବର : ୭/୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଇନ୍‌ଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାନ୍ସ ଅଫ ଇଣ୍ଡିଆ (ଆଇସିଏମ୍ଆଇ)-ଭୁବନେଶ୍ଵର ଚାପ୍ଟର ଏବଂ ଟିକସ ଗବେଷଣା ବିଭାଗ, ଆଇସିଏମ୍ଆଇ-କୋଲକାତାର ମିଳିତ ସହଯୋଗରେ “ଟିକସ ପରିଚାଳନା ଏବଂ ବିବାଦକୁ ଏଡାଇବା” ବିଷୟ ସମ୍ପର୍କୀତ ଦୁଇ ଦିନିଆ ସମ୍ମିଳନୀ (ଟ୍ୟାକ୍ସ କନ୍‌କ୍ଳେଭ) ଚଳିତ ମାସ ୮ ଓ ୯ ତାରିଖରେ ଆଇସିଏମ୍ଆର-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହେଉଅଛି। ଏହି ସମ୍ମିଳନୀ କଷ୍ଟ ଆଣ୍ଡ୍ ମ୍ୟାନେଜମେଣ୍ଟ ଆକାଉଟାଣ୍ଟ୍‌ ଓ ଅଂଶୀଦାରମାନଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ କରିବା ସହ ବର୍ତ୍ତମାନର ବ୍ୟବସାୟିକ ପରିପ୍ରେକ୍ଷୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଉପରେ ବିଶେଷ ଧ୍ୟାନ ପ୍ରଦାନ କରିବ । ଏଥ‌ିରେ ଦୁଇଟି ଉଦ୍‌ଘାଟନୀ ଅଧୂବେସନ ଓ ୪ଟି ବୈଷୟିକ ଅଧୂବେସନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ଅବସରରେ ଟ୍ୟାକ୍ସ କ୍ଷେତ୍ରରେ ନୂତନ ସଂଶୋଧନ ଓ ଗୁରୁତ୍ଵପୂର୍ଣ୍ଣ ଆଇନ ସମ୍ପର୍କରେ ଗୁରୁତ୍ୱାରୋପ କରାଯିବ । ଏଥିରେ ଟ୍ୟାକ୍ସ ଏକ୍ସପର୍ଟ, କର୍ପୋରେଟ୍ ନେତା ଓ ସରକାରୀ ଅଧିକାରୀମାନଙ୍କ ସମେତ ଜାତୀୟ ସ୍ତରରେ ପ୍ରସିଦ୍ଧ ପ୍ୟାନେଲିଷ୍ଟମାନେ ମଧ୍ୟ ଯୋଗ ଦେବେ ଯେଉଁମାନେ ଟିକସ ପରିଚାଳନା ଓ ବିବାଦ ସମାଧାନ ପ୍ରଣାଳୀର ସର୍ବୋତ୍ତମ ମାଧ୍ୟମ ଉପରେ ଆଲୋଚନା କରିବେ । ଓ ଏହି ସମ୍ମିଳନୀର ଗୁରୁତ୍ଵ ଉପରେ ଆଲୋକପାତ କରିବା ପାଇଁ ଭୁବନେଶ୍ବରର ସିଏମ୍ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ସିଏମ୍ ରମେଶ ଚନ୍ଦ୍ର ପାତ୍ର, ଚେୟାରମ୍ୟାନ୍,ଆଇସିଏମ୍ଆଇ, ଭୁବନେଶ୍ଵର ଚାପ୍ଟର, ସିଏମ୍ ଦାମୋଦର ମିଶ୍ର, ସେକ୍ରେଟାରୀ, ଆଇସିଏମ୍ଆଇ-ଇଆଇଆର୍‌ସି, କୋଲକାତା, ସିଏମ୍ ବରଦା ପ୍ରସନ୍ନ ନାୟକ, ସେକ୍ରେଟାରୀ ଆଇସିଏମ୍ଆଇ-ଭୁବନେଶ୍ବର ଚାପ୍ଟର, ସିଏମ୍ ସୌମ୍ୟ ରଞ୍ଜନ ଜେନା, ଚେୟାରମ୍ୟାନ୍, ପିଡି କମିଟି, ସିଏସ୍ଏ ଅବିନାଶ କୋନି, କୋଷାଧ୍ୟକ୍ଷ ଏବଂ ଚେୟାରମ୍ୟାନ୍, ସିସି ଆଣ୍ଡ୍ ଏସ୍ଏଫ୍ କମିଟି, ଶୁଭାଶିଷ ସାହୁ, ସଦସ୍ୟ, ମ୍ୟାନେଜିଂ କମିଟି ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.