ମାର୍ଚ୍ଚ ୯ରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଷଦ ପକ୍ଷରୁ ଆୟୋଜିତ ହେବ ହରଷ୍ଟୋରୀ ୨୦୨୫ ।
ଭୁବନେଶ୍ବର: ୦୪/ ୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ )ଚଳିତ ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଷଦ (ଓସ୍ ମେ) ର ଓମେନ୍ ଲିଙ୍ଗ ପକ୍ଷରୁ ଏକ ପ୍ରମୁଖ କାର୍ଯ୍ୟକ୍ରମ “ହରଷ୍ଟୋରୀ ୨୦୨୫” ର ଆୟୋଜନ ବିଷୟ ଘୋଷଣା କରାଯାଇଛି। ଏହି ଉପଲକ୍ଷେଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓସ୍ ମେ ଓମେନ ଲିଙ୍ଗର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାନ୍ତି, ଉପାଧ୍ୟକ୍ଷା ଅମ୍ରିତା ପାତ୍ର, ଓସ୍ ମେ ଓମେନ ଲିଙ୍ଗର ସମ୍ପାଦିକା ଅନ୍ୱେଷା ରାଉତ, ଖୋର୍ଦ୍ଧା ଓସ୍ ମେ ଓମେନ ଲିଙ୍ଗର ଅଧ୍ୟକ୍ଷା ପ୍ରତିଶୃତି ଜେନା ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଥିଲେ। ହର୍ ଷ୍ଟୋରୀ ୨୦୨୫ର ଉଦଘାଟନୀ ଅବସରରେ ଓଡ଼ିଶାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ, ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଓସ୍ ମେ ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ, ଓସ୍ ମେ ମହାସଚିବ ସାତ୍ତ୍ଵିକ ସ୍ଵାଇଁ, ଓସ୍ ମେ ଓମେନ ଲିଙ୍ଗର ସମସ୍ତ ସଦସ୍ୟା ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତି ରହିବେ । ଏହି କାର୍ଯ୍ୟକ୍ରମରେ ମହିଳାଙ୍କ ନେତୃତ୍ଵାଧୀନ ଷ୍ଟାର୍ଟଅପ୍ ଦ୍ଵାରା ଲାଇଭ୍ ପ୍ରଡକ୍ଟ ଉନ୍ମୋଚନ, ଏକ ପ୍ରେରଣାଦାୟୀ କୋଚିଂ ମାଷ୍ଟରକ୍ଲାସ ଏବଂ ଇ-କମର୍ସ, କାର୍ଯ୍ୟ-ଜୀବନ ସନ୍ତୁଳନ ଏବଂ ବିଫଳତାକୁ ଦୂର କରିବା ଉପରେ ଆକର୍ଷଣୀୟ ଅଧିବେଶନ ମଧ୍ୟ ଅନ୍ତର୍ଭୁକ୍ତ । ଶାର୍କ ଟ୍ୟାଙ୍କ ଫେମ୍ ପ୍ରତିଷ୍ଠାତା, ମହିଳା କଳାକାର ଏବଂ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ, ଯାହା ଏହାକୁ ଶିକ୍ଷା, ଅଭିବୃଦ୍ଧି ଏବଂ ସହଯୋଗ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମରେ ପରିଣତ କରିବ।