ପ୍ରତିଦିନ ଏକ ମୁଠା କାଲିଫର୍ଣିଆ ଆଲମଣ୍ଡ ସହିତ ରହିବା ।

0 239

ଭୁବନେଶ୍ଵର, ୩୧ ଜାନୁଆରୀ ୨୦୨୫, ( ପ୍ରତ୍ୟୁଷା ବ୍ୟୁରୋ ) : ଆଲମଣ୍ଡ ବୋର୍ଡ ଅଫ୍ କାଲିଫର୍ଣିଆ ପକ୍ଷରୁ ସ୍ଵସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍‌ମଷ୍ଟିସ ଏ ଡେ: ନ୍ୟାଚୁରାଲ ଆପ୍ରୋଚ ଟୁ ସପୋଟିଂ ହେଲ୍‌ ଇନ ଟୁଡେସ୍ ଫାଷ୍ଟ-ପେସ୍‌ ଲାଇଫଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୃଷ୍ଟି ଅଧିବେଶନର ଆୟୋଜନ କରାଯାଇଛି । ଏହି ଅଧ‌ିବେଶନରେ ଏମବିବିଏସ୍ ଓ ନ୍ୟୁଟ୍ରିସ୍‌ନିଷ୍ଟ ଡଃ ରୋହିଣୀ ପାଟିଲ, ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀଙ୍କ ସମେତ ବିଶିଷ୍ଟ ପ୍ୟାନେଲିଷ୍ଟ ମାନେ ଯୋଗ ଦେଇଥିଲେ ଯିଏ ଉପଯୁକ୍ତ ଆହାର ବିକଳ୍ପର ମହତ୍ଵ ଓ ଏକ ସନ୍ତୁଳିତ ଆହାର ବକାୟ ରଖୁବା ଉପରେ ଗୁରୁତ୍ଵ ଦେଇଥିଲେ । ଏହି ଆଲୋଚନା ସମୟରେ ପ୍ୟାନେଲିଷ୍ଟମାନେ ବିଶ୍ଵର ସବୁଠାରୁ ଲୋକପ୍ରିୟ କାଲିଫର୍ଷିଆ ଆଲ୍‌ମଣ୍ଡଗୁଡିକୁ ଆମର ଦୈନିକ ଆହାରରେ ସାମିଲ କରିବା ଦ୍ଵାରା ତାହା କିଭଳି ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ଆମର ସାମଗ୍ରିକ ସ୍ଵାସ୍ଥ୍ୟରେ ସହଯୋଗ କରିପାରିଥାଏ ତାହାକୁ ହାଇଲାଇଟ୍ କରିଥିଲେ । ଭିଜେ ପୁଣ୍ୟଶ୍ଳୋକ ଏହି ଅଧିବେଶନକୁ ପରିଚାଳନା କରିଥିଲେ । ଆଜିର ବ୍ୟସ୍ତବହୁଳ ଦୁନିଆରେ ଏକ ସନ୍ତୁଳିତ, ସୁସ୍ଥ ଜୀବନଶୈଳର ହାସଲ କରିବା ବହୁମାତ୍ରାରେ କଷ୍ଟକର ହୋଇପଡିଛି, ଯାହା ଫଳରେ ମଧୁମେହ, ହୃଦ୍‌ରୋଗ ଓ ମେଦ ବହୁଳତା ଭଳି ଜୀବନଶୈଳୀ ସମ୍ବନ୍ଧିତ ରୋଗଗୁଡିକ ବୃଦ୍ଧି ପାଉଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଅନୁଯାୟୀ, ଏଭଳି ଜୀବନଶୈଳୀ ସମ୍ବନ୍ଧିତ ରୋଗଗୁଡିକ ଯୋଗୁଁ ପ୍ରତିବର୍ଷ ଭାରତରେ ପ୍ରାୟ ୬୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି ଏବଂ ଏହି ଗୁରୁତର ରୋଗଗୁଡିକ ଯୋଗୁ ଦେଶକୁ ୨୦୩୦ ସୁଦ୍ଧା ୬ ଟ୍ରିଲିୟନ ଡଲାରର କ୍ଷତି ହେବ ବୋଲି ଆକଳନ କରାଯାଉଛି । ଖରାପ ଖାଦ୍ୟ ଅଭ୍ୟାସଗୁଡିକ ଏଭଳି ସ୍ଵାସ୍ଥ୍ୟ ସଙ୍କଟ ପ୍ରତି ଏକ ପ୍ରମୁଖ ଯୋଗଦାନକାରୀ ଅଟେ । ଏହି ଆଲୋଚନା ସମୟରେ ସିକନ୍‌ ନ୍ୟୁଟ୍ରିସନିଷ୍ଟମାନେ ଉତମ ସ୍ଵାସ୍ଥ୍ୟ ପାଇଁ ଏକ ସନ୍ତୁଳିତ ଆହାର ବଜାୟ ରଖୁବା ଏବଂ ଆଲମଣ୍ଡ ଭଳି ପ୍ରାକୃତିକ ଖାଦ୍ୟକୁ ନିଜ ଆହାରରେ ସାମିଲ କରିବା ଉପରେ ମହତ୍ଵ ଦେଇଥିଲେ ।

Leave A Reply

Your email address will not be published.