ଭୁବନେଶ୍ୱର ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

0 17

ଭୁବନେଶ୍ବର, 4.01.24 (ପ୍ରତ୍ୟୁଷା ବ୍ୟୁରୋ): ରାଜ୍ଯ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ଆଦିବାସୀ ମେଳା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉଦଘାଟିତ ହୋଇଛି। ଜାନୁଆରୀ ୦୫ ରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଏହା ଇଡ୍‌କୋ ପ୍ରଦର୍ଶନୀ ପଡିଆ, ୟୁନିଟ୍-୩, ଭୁବନେଶ୍ବରରେ ଚାଲିବ ଓଡ଼ିଶା ଜନଜାତିର ଜୀବନ, ଜୀବିକା, କଳା, ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଶିତ ଆଦିବାସୀ ମେଳା ରାଜ୍ୟ ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ଭୁବନେଶ୍ବର ଦ୍ବାରା ଆୟୋଜିତ ହେଉଥିବା ଏହି ମେଳା ସର୍ବପ୍ରଥମେ ୧୯୫୧ ମସିହାରେ ଓଡ଼ିଶାର ତତ୍କାଳୀନ ରାଜଧାନୀ କଟକରେ ଆରମ୍ଭ ହୋଇଥିଲା। ୧୯୫୪ ମସିହା ଠାରୁ ଏହା ଓଡ଼ିଶାର ନୂତନ ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି। ଚଳିତ ବର୍ଷ ଏହି ମେଳା ୫ ଜାନୁଆରୀରୁ ଆରମ୍ଭ ହୋଇ ୧୬ ଜାନୁଆରୀ ଯାଏ ଲନ୍‌ ପ୍ରଦର୍ଶନୀ ପଡିଆ, ଭୁବନେଶ୍ଵରରେ ଆୟୋଜିତ ହେଉଛି । ଆଦିବାସୀ ମେଳାରୁ ଜନଜାତିଙ୍କ ଦ୍ବାରା ଉତ୍ପାଦିତ ତଥା ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, କୃଷିଜାତ ଦ୍ରବ୍ୟ, କଳା ସାମଗ୍ରୀ ଆଦି କିଣାକିଣି କରିବାସହିତ ପ୍ରତି ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବାପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଏକାଠି ହୋଇଥାନ୍ତି । ଜନଜାତି ସଂସ୍କୃତି, ପରମ୍ପରା ତଥା ସେମାନଙ୍କ ବିକାଶ ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ଉଦ୍ୟମ ସମୂହର ସଫଳ ରୂପାୟନର ଝଲକ ଆଦିବାସୀ ମେଳାରେ ଦେଖୁବାକୁ ମିଳିଥାଏ। ଏଣୁ ଓଡ଼ିଶାର ଜନଜାତିର ସାମଗ୍ରୀକ ବିକାଶକୁ ଚିତ୍ରିତ କରୁଥିବା ଏବଂ ସେମାନଙ୍କର ନିଆରା ଜୀବନଶୈଳୀକୁ ଅନ୍ୟମାନଙ୍କ ପାଖରେ ସର୍ବେ ପ୍ରଦର୍ଶିତ କରୁଥିବା ଏହି ମେଳା ସମଗ୍ର ଭାରତ ବର୍ଷରେ ନିଜପାଇଁ ଏକ ସତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଚଳିତବର୍ଷ ଆଦିବାସୀ ମେଳା ୨୦୨୫ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଛି।

ଆକର୍ଷଣୀୟ ପ୍ରତିକୃଲି ଦେଖୁବାକୁ ମିଳିବ। ଗୃହ ମଧ୍ୟରେ ଜନଜାତିଙ୍କ ନିର୍ଦ୍ଦିଷ୍ଟ ତଥା ନିତ୍ୟ ବ୍ୟବହାର ଉପକରଣ ସବୁ ସ୍ଥାନ ପାଇଛି। ବିଭିନ୍ନ ଆଦିବାସୀ ସମନ୍ବିତ ଉନ୍ନୟନ ସଂସ୍ଥା ତଥା ଅଣୁ ଯୋଜନା ପ୍ରକଳ୍ପ ସବୁ ଏଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି | ଗଦବା, ପାଉଡ଼ିଭୂୟାଁ, ତୃଙ୍ଗରିଆ କନ୍ଧ, ଜୁଆଙ୍ଗ, ସଉରା, ହିଡ଼ିଆ, କୁଟିଆ କନ୍ଧ, ବୁକୁଟିଆ ଭୁଞ୍ଜିଆ, ବର୍ଷା, ଭୂମିକ, ସାନ୍ତାଳ, କୋୟା, ମୁଣ୍ଡା, ଖଡ଼ିଆ, ପରଜା, ଓରା, ଗଣ୍ଡ, ଭାତୁଡ଼ି, କିସାନ ଏବଂ କୋହ୍ଲ ପ୍ରମୁଖ ଜନଜାତିଙ୍କର ବାସସ୍ଥଳୀର ନମୁନା ଏଠାରେ ନିର୍ମିତ ହୋଇଛି । ଏହାସହିତ ଆଦିବାସୀ ଘାଟରେ ୧୨୬ ଗୋଟି ଷ୍ଟଲ୍‌ ଖୋଲାଯିବା ସହ ବିଭିନ୍ନ ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ସର୍ବମୋଟ ୧୮୯ ଗୋଟି ଷ୍ଟଲ୍ ପ୍ରସ୍ତୁତି କରାଯାଇଅଛି। ଜନଜାତି ସୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ତଥା ଉତ୍ପାଦିତ ସାମଗ୍ରୀର ବିକ୍ରୀ କରାଯିବ। ଏହାବ୍ୟତୀତ ଚଳିତବର୍ଷ ପ୍ରଥମ ଥର କରି ଭଗବାନ ବିର୍ସା ମୁଣ୍ଡା ପାଭିଲିଅନ୍ ନିର୍ମିତ ହୋଇଛି। ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ଅବସରରେ ଭାରତ ଓ ଓଡ଼ିଶାର ପ୍ରମୁଖ ଜନଜାତି ସାଧନତା ସଂଗ୍ରାମୀ, ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନଯାତ୍ରା ସମ୍ପର୍କିତ ବୃରିଚିତ୍ର ଓ ଚିତ୍ରକଳା ଏବଂ ଜନଜାତି ଜୀବନ ଓ ସଂସ୍କୃତି ସମନ୍ଧିତ ଫଟୋଚିତ୍ର ପ୍ରଦର୍ଶନ କରାଯିବ । ଚଳିତବର୍ଷ ୬୦ରୁ ଉର୍ଦ୍ଧ୍ଵ ଜନଜାତି ନୃତ୍ୟ ଦଳ ଆଦିବାସୀ ମେଳା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଆଦିବାସୀ ମେଳାରେ ସ୍ବତନ୍ତ୍ର ଆୟୋଜନ ଫେସନ୍ ସୋ ର ଆୟୋଜନ କରାଯିବ। କରାଯାଇଅଛି। ଦର୍ଶକମାନଙ୍କ ମନୋରଞ୍ଜନ ନିମନ୍ତେ ଲେଜର୍‌ ସୋ, ଫାୟାର୍ ସୋ, ଡ୍ରୋନ୍ ସୋ ଏବଂ ସମଗ୍ର ଭାରତବର୍ଷର ଜନଜାତିର ନୃତ୍ୟ, ଗୀତ, କଳା ଏବଂ ସଂସ୍କୃତି ଅତୁଳନୀୟ। ଏହି ମେଳାକୁ ବୁଲିବାକୁ ଆସୁଥିବା ଲୋକମାନଙ୍କୁ ଜନଜାତିର ଏହି ଅତୁଳନୀୟ ବୈଶିଷ୍ଟ୍ୟ ସହ ପରିଚୟ କରାଇବାପାଇଁ ରାଜ୍ୟ ଏବଂ ବାହାରର ଏକାଧିକ ଦଳ ଭିନ୍ନଭିନ୍ନ ସନ୍ଧ୍ୟାରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ।

Leave A Reply

Your email address will not be published.