ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ବିଭିନ୍ନ ଦାବୀ ପୂରଣ ପାଇଁ କଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ।

0 199

ଭୁବନେଶ୍ୱର, ୨୯/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ଵର ରୋଟାରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘ ସେମାନଙ୍କର ବିଭିନ୍ନ ଦାବୀ ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛି।ସେ ସବୁ ମଧ୍ୟରେ ଚାକିରୀ ସ୍ଥାୟୀତ୍ବ ଓ କାମ ଚାପ କମାଇବାକୁ ଦାବୀ ରଖିଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟଦର୍ଶନ ପୃଷ୍ଟି ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ପରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ କହ୍ନେଇ ମୋଦି ସଂଗଠନ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କର୍ମଚାରୀ ନେତା ତଥା ସମାଜସେବୀ ଶ୍ରୀ ପ୍ରଭାତ କୁମାର ମହାନ୍ତି ଯୋଗ ଦେଇ ବିଦ୍ୟୁତ୍ କ୍ଷେତ୍ର ରେ ପ୍ରଶାସନିକ କର୍ମଚାରୀ ମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ | ସଂଗଠନର କର୍ମକର୍ତ୍ତା ମାନେ କିପରି ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିବେ ସେ ବିଷୟ ରେ ବିଶଦ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ ବିଦ୍ୟୁତ୍ କ୍ଷେତ୍ର ରେ କାର୍ଯ୍ୟରତ ପ୍ରଶାସନିକ କର୍ମଚାରୀ ମାନଙ୍କ ସଂଖ୍ୟା ଅଧିକ ନହେଲେ ବି ସେମାନଙ୍କର ବିଦ୍ୟୁତ୍ କ୍ଷେତ୍ର ପ୍ରତି ଅବଦାନ କିଛି କମ୍ ନୁହେଁ, ବିଭିନ୍ନ ନୀତି ନିୟମ ର ଅନୁପାଳନ ଠାରୁ ଆରମ୍ଭ କରି କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଟେକ୍ନୋଲୋଜିର ପ୍ରସାର ରେ ପ୍ରଶାସନିକ କର୍ମଚାରିଙ୍କ ବଳିଷ୍ଠ ଭୂମିକା ଅଛି |

Leave A Reply

Your email address will not be published.