ଭୁବନେଶ୍ବର, 12.11.24 ( ପ୍ରତ୍ୟୁଷା ବ୍ୟୁରୋ) :ବଦଳି ପାଇଁ ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ବଦଳି ଏବଂ ପୋଷ୍ଟିଂ ପାଇଁ ଆଉ ପକାଇ ହେବନି ଚାପ। ମେରିଟ୍ ଲିଷ୍ଟକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ ପୋଷ୍ଟିଂ କରାଯିବ। ଏଥିରେ ଖିଲାପ କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। କିଛି କର୍ମଚାରୀ ବଦଳି ପାଇଁ ଚାପ ପକାଉଥିବା ନଜର ଆସିଛି। ଯାହା ଚାକିରି ସର୍ତ୍ତାବଳୀ ନିୟମକୁ ଉଲ୍ଲଂଘନ କରୁଛି।