ମଦର୍ସ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ଅଙ୍କୁରମ ପାଳିତ ।

0 33

ଭୁବନେଶ୍ବର : ୦୮/୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ୟୁନିଟ୍ ୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚଳିତ ନଭେମ୍ବର ୮ ତାରିଖ ଦିନ ଉତ୍ସାହର ସହ ଏହାର ବାର୍ଷିକ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ଅଙ୍କୁରମ୍ ଯାହାର ଅର୍ଥ ହେଉଛି ବଡ୍ ବା ଅଙ୍କୁର ଯେଉଁଠାରେ ଜ୍ଞାନ ଅଙ୍କୁରିତ ହୋଇଥାଏ ଏବଂ ମାନବଜାତିର ହୃଦୟରେ ଜ୍ଞାନର ଆଲୋକ ବିକଶିତ ହୋଇଥାଏ । ଏହି ଅବସରରେ ବିଦ୍ୟାଳୟ ନିଜର ଉତ୍କର୍ଷତାର କାହାଣୀକୁ ପ୍ରସାରିତ କରିଛି । ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଦୁନିଆର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜୀବନବ୍ୟାପୀ ଶିକ୍ଷଣ ଅଭିଜ୍ଞତା ଥିବା ବିଶ୍ବନାଗରିକମାନଙ୍କ ମଧ୍ୟରେ ପରିଣତ କରିବା କାର୍ଯ୍ୟରେ ଅନୁଷ୍ଠାନର ଉଚ୍ଚ ଯୋଗଦାନ ରହିଛି । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ ସହିତ ଆରମ୍ଭ ହୋଇଥିଲା ଯେଉଁମାନଙ୍କ ମଧ୍ୟରେ ଡଃ କେ. ଶ୍ରୀନିବାସନ ଆଂଚଳିକ ଅଧିକାରୀ ଯୁଗ୍ମ ସଚିବ ସଂଟର ଅଫ୍ ଏକ୍ସିଲେନ୍‌ ସିବିଏସ୍‌ଇ ଭୁବନେଶ୍ବର ସ୍କୁଲର ପ୍ରତିପାଲ ଓ ଫେଟର ଯୋଲି ପଟ୍ଟନାୟକ ଭାଇସ୍ ପ୍ରିନ୍ସିପାଲ ଆଶା ବିଆର ନିର୍ଦ୍ଦେଶକ ଶ୍ରୀ ଶ୍ରୀଜିତ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ମାନତୀ ସାବତ, ଏକାଡେମିକ ସୁପରଭାଇଜର ଅମ୍ରିତା ଚୌଧୁରୀ। ଓ ଏକ ପଣ୍ଡା ଚାଟାର୍ଜୀ, ହେଡ୍‌ମିଷ୍ଟ୍ରେସ ସନ୍ତୋଷୀ ମହାପାତ୍ର ପ୍ରମୁଖ ସାମିଲ ଥିଲେ । ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ ଏବଂ ଅର୍କେଷ୍ଟ୍ରା ଦ୍ଵାରା ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକମାନଙ୍କୁ ସ୍ବାଗତ କରାଯାଇଥିଲା ଯାହା ଉତ୍ସରରେ ଏକ ଜୀବନ ମୁର୍ଗ ଯୋଗ କରିଥିଲା । ଯୁବ ପ୍ରଦର୍ଶନକାରୀମାନେ ଦର୍ଶକମାନଙ୍କୁ ନିଜର ଚତୁର ମନୋହର କଳା ପ୍ରଦର୍ଶନ ସହ ବିମୋହିତ କରିଥିଲେ । ଏହା ଏସ୍ଟିଜି ସହ ସମାନ୍ତରାଳ ଭାବେ ଗୌରବମୟ କାର୍ଯ୍ୟର ମିଶ୍ରଣ ମାଧ୍ୟମରେ ଏକ ନୂତନ ଓ ଉଦୟମାନ ପ୍ରତୀକାମୂକ ପ୍ରଦଶନ ଥିଲା ।

Leave A Reply

Your email address will not be published.