ଗଜପତିଙ୍କ ବିରୋଧ ପରେ ନିଷ୍ପତି ବଦଳାଇଲା ଇସ୍କନ ହେବନି ରଥ ଯାତ୍ରା।

0 33

ଭୁବନେଶ୍ଵର ୦୫/୧୧( ପ୍ରତ୍ୟୁଷା ବ୍ୟୁରୋ ):ପୁରୀ ଗଜପତଙ୍କ ମହାରାଜା ଦିବ୍ୟସିଂହ ଦେବଙ୍କ ଦୃଢ଼ ବିରୋଧ ଓ ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇସ୍କନ୍ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏ ନେଇ ଆଜି ସକଳେ ମହାରାଜା ଦିବ୍ୟସିଂହ ଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଇସ୍କନ ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ରଥ ଯାତ୍ରା ନୁହେଁ ନିତେଇ ଗୌର ଯାତ୍ରା ଅନୁଷ୍ଠିତ ହେବ। ଉଲ୍ଳେଖ ଯେ ପ୍ରାୟ ଦୁଇ ଦଶନ୍ଧୀ ଧରି ଇସ୍କନ୍ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିର ବିଧି ପରମ୍ପରାକୁ ମାନି ନ ନେ଼ଇ ବ୍ୟାଘାତ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ କ୍ଷୋଭ ସୃଷ୍ଟି କରିବା ପାଇଁ ଉଦ୍ୟ କରୁଛି।

Leave A Reply

Your email address will not be published.