ଆଇଡିବିଆଇ ବ୍ୟାଙ୍କ ଦ୍ବାରା ଦୁର୍ନୀତି ନିବାରଣ ସଚେତନତା ପାଇଁ ଶୋଭାଯାତ୍ରା

0 12

ଭୁବନେଶ୍ୱର ୨୭.୧୦.୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ): ସମ୍ପ୍ରତି ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିବଢି ଚାଲିଥିବା ବେଳେ କେତେକ ବ୍ୟକ୍ତି ,ଚିନ୍ତା ନାୟକ ଓ ସଙ୍ଗଠନ ଗଭୀର ଚିନ୍ତା ପ୍ରକଟ କରି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଏହି କ୍ଷେତ୍ରରେ ଏହାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ସକାଳେ ଆଇଡିବିଆଇ ବ୍ୟାଙ୍କ ର ରାଜ୍ୟ ତଥା ଜୋରନାଲ ଅଫିସ ତରଫରୁ ଭୁବନେଶ୍ଵରର ସହିଦନଗର ଜନପଥ ସ୍ଥିତ ଆଇଡିବିଆଇ ବ୍ୟାଙ୍କ ଛକ ଠାରୁ ଦୁର୍ନୀତି ନିବାରଣ ସପ୍ତାହ ପରିପ୍ରେକ୍ଷୀ ରେ ଏକ ‘ୱାକାଥନ୍’ ବା ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହା ସକାଳ ୭ ଟା ରୁ ଆରମ୍ଭ ହୋଇ ୯.୩୦ ପର୍ଯ୍ୟନ୍ତ ଚାଲି ଥିଲା । ଏଥିରେ ବ୍ୟାଙ୍କର ପ୍ରାୟ ୩୦୦ କର୍ମଚାରୀ ଓ ଆମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ବୋଲି ଆଇଡିବିଆଇ ବ୍ୟାଙ୍କର ଡିଜିଏମ ସପନ କୁମାର ଦାସ ପ୍ରକାଶ କରିଛନ୍ତି। ବ୍ୟାଙ୍କ ଦ୍ବାରା ରାଷ୍ଟ୍ରର ପ୍ରଗତି ରେ ସାଧୁତା ତଥା ସଚୋଟତା ର ଆବଶ୍ୟକତା ନିତ୍ୟାନ୍ତ ଜରୁରି ବୋଲି ଘୋଷଣା କରାଯାଇଥିଲା। ସେମାନେ ହାତରେ ପ୍ଲାକାର୍ଡ ଧରି ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଆଇଡିବିଆଇ ବ୍ୟାଙ୍କ ର ଓଡ଼ିଶା ଓ ଛତିଶଗଡ କ୍ଷେତ୍ରୀୟମୁଖ୍ୟ ସୁଜିତ କୁମାର, ଉପକ୍ଷେତ୍ରୀୟମୁଖ୍ୟ ଡ଼ଃ ନିହାର ରଞ୍ଜନ ସାମଲ ଓ ଆଞ୍ଚଳିକ ମୁଖ୍ୟ ମନୋଜ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.