ଡ. ଶରତ ସାହୁଙ୍କୁ ସ୍ପାଇସ ଆଇକନ ଆୱାର୍ଡ

0 235

ଭୁବନେଶ୍ବର, 4/06 ( ପ୍ରତ୍ୟୁଷl ବ୍ୟୁରୋ) :

ଓଡ଼ିଶାର ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ୪୭ବର୍ଷରେ ପହଂଚିଥିବା ଲୋକପ୍ରିୟ ରୁଚି ଫୁଡ୍‌ଲାଇନ୍‌କୁ
ଉତ୍କର୍ଷତା, ଗୁଣବତା ଓ ଉଦ୍ୟୋଗକ୍ଷେତ୍ରରେ ବିକାଶ ପାଇଁ ମିଳିଛି ଆଉ ଏକ ଜାତୀୟ ପୁରସ୍କାର । ନୂଆଦିଲ୍ଲୀର ଗ୍ଲୋବାଲ ସାଇସ୍ସ ମିଟ୍‌ର ସମାରୋହରେ ‘ରୁଚି’ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟର ଜଣାଶୁଣା ଶିହୋଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁଙ୍କୁ ମିଳିଛି ଚଳିତବର୍ଷର ସ୍ପାଇସ୍ ଆଇକନ୍ ପୁରସ୍କାର । ସଂସଦମାର୍ଗସ୍ଥିତ ଏନ୍.ଡ଼ି.ଏମ୍.ସି. କନଭେନସନ ସଂଟରଠାରେ ଆୟୋଜିତ ସ୍କାଇସ୍ ସମିଟ୍‌ରେ ଦେଶ ଓ ଦେଶ ବାହାରୁ ୨୦୦ରୁ ଅଧୂକ ମସଲା ଶିଳ୍ପଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଆୟୋଜିତ ଉତ୍ସବରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଦେବସିହ୍ନା ଚୌହ୍ବାନ ଓ ରାଜ୍ୟସଭା ସାଂସଦ ରାଜେନ୍ଦ୍ର ଗେହେଲଟ୍ ଯୋଗଦେଇ ଡକ୍ଟର ସାହୁଙ୍କୁ ଚଳିତବର୍ଷ ସମ୍ମାନଜନକ ସ୍କାଇସ୍ ଆଇକନ୍ ପୁରସ୍କାର ପ୍ରଦାନ କରିଥିଲେ । ରାଜ୍ୟର ଶିଳ୍ପ ଏବଂ ଉଦ୍ୟୋଗ ଜଗତରେ ଏକ ସଫଳ ଶିଳ୍ପର ମାନ୍ୟତା ଲାଭ କରିଥିବା ଏହି ଅନୁଷ୍ଠାନ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଷ୍ଟ୍ରୀୟ ଏବଂ ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକରୁ ମଧ୍ୟ ପୁରସ୍କୃତ ହୋଇଛି ।
ଏହି ଅବସରରେ ଆଜି ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସାହୁ କହିଥିଲେ ଯେ,
ଓଡ଼ିଶାର କୋଟି କୋଟି ଗ୍ରାହକ ହେଉଛନ୍ତି ରୁଚି ପରିବାରର ଶ୍ରେଷ୍ଠ ପୃଷ୍ଠପୋଷକ । ତେଣୁ ରୁଚି ତାର ଗ୍ରାହକମାନଙ୍କର ଋଣ
ସୁଝିବା ପାଇଁ ସବୁବେଳେ କାର୍ଯ୍ୟକରି ଆସୁଛି । ଆମେ ଗ୍ରାହକମାନଙ୍କର ଆବଶ୍ୟକତାକୁ ଆଖୁ ଆଗରେ ରଖ୍ ସ୍ୱାସ୍ଥ୍ୟପ୍ରଦ, ସୁଷମ ଓ ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ଉତ୍ପାଦିତ କରୁଛୁ । ରାଜ୍ୟ ସରକାରଙ୍କ ସହଯୋଗରେ ସଂପ୍ରତି ନୂତନ ଭାବେ ବିକଶିତ ରାମଦାସପୁର ଶିଳ୍ପପୁଂକଠାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ଇଟାଲୀର ଇମ୍ପିଆଂଟି ସହଯୋଗରେ ଏହି ଫୁଡ଼ ପ୍ରୋସେସିଂ ପାର୍କ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ । ଦୀର୍ଘ ୪୭ ବର୍ଷ ତଳେ
ଓଡ଼ିଶାରେ ପ୍ରଥମେ ଗୁଣ୍ଡ ମସଲା ତିଆରି ଆରମ୍ଭ କରିଥିବା ରୁଚି ମସଲା ପରେ ସିମାଇ, ପାସ୍ତା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ-
ପାନୀୟ ଉତ୍ପାଦନ ଓ ବିପଣନ କରି ଓଡ଼ିଶା ଓ ଓଡ଼ିଶା ବାହାରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି । ଏବେ ନୂତନ ଫୁଡ଼୍
ପାର୍କରେ ସ୍ୱାସ୍ଥ୍ୟପ୍ରଦ ଏବଂ ଉନ୍ନତ ଗୁଣମାନର ପାସ୍ତା, ନୁଡୁଲ୍ସ, ସସ୍, ମସଲା, ଆଇସକ୍ରିମ୍, ସ୍ନାକ୍‌, ବେକେରି, ରେଡ଼ିଟୁ ଇଟ୍ ଓ
ରେଡ଼ିଟୁ କୁକ୍ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦିତ ହେବ । ଇତିମଧ୍ୟରେ ଇଟାଲୀ କମ୍ପାନୀ ଓ ରୁଚି ଉଦ୍ୟୋଗ ମଧ୍ୟରେ
ବାଣିଜ୍ୟିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଡକ୍ଟର ସାହୁ କହିଥିଲେ ଯେ, ୧୯୯୯ ମସିହାରେ ପ୍ରଥମେ ପୂର୍ବ ଭାରତରେ ଏକମାତ୍ର ରୁଚି ଉଦ୍ୟୋଗ ଇଟାଲୀ ଓ ଦକ୍ଷିଣ କୋରିଆର ସହଯୋଗରେ ପାସ୍ତା କାରଖାନା ଆରମ୍ଭ କରିଥିଲା । ୨୩ ବର୍ଷ ଭିତରେ ରୁଚି ଇଟାଲୀରୁ ଉଚ୍ଚ ଜ୍ଞାନକୌଶଳ ସଂପନ୍ନ ୩ଟି ବୃହତ ପାସ୍ତା କାରଖାନା ଆମଦାନୀ କରି ବ୍ୟବସାୟିକ ସଫଳତା ହାସଲ କରିଥିବା ବେଳେ ଏବେ ନୂତନ ପାସ୍ତା ପାର୍କ ପାଇଁ ରାମଦାସପୁରଠାରେ ଆଉ ଦୁଇଟି ଅତ୍ୟାଧୁନିକ ପାସ୍ତା କାରଖାନା ପ୍ରତିଷ୍ଠା କରିବାକୁ
ଯାଉଛି ।
୧୯୯୯ ମସିହାରେ ରାଜ୍ୟର ତତ୍‌କାଳୀନ ଶିଳ୍ପମନ୍ତ୍ରୀଙ୍କ ସହିତ ଇଟାଲୀ ଗସ୍ତ କରିବା ସହିତ ପରବ । ସମୟରେ ରାଜ୍ୟ
ସରକାର ଶିଳ୍ପ ବିକାଶର ଅଭିବୃଦ୍ଧି ପାଇଁ ବିଶେଷ ସହାୟତା ଓ ସହଯୋଗ ପ୍ରଦାନ କରିଥିବାରୁ ‘ରୁଚି’ ଉଦ୍ୟୋଗ ଆଜି ଶିଳ୍ପାୟନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରି ପ୍ରତ୍ୟକ୍ଷ ଭାବରେ ଦୁଇହଜାରରୁ ଅଧିକ ଉଚ୍ଚଶିକ୍ଷିତ ଏବଂ କୁଶଳୀ ଶ୍ରମଜୀବୀମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍-ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଦେଶର ପ୍ରତିଷ୍ଠିତ ଶିଳ୍ପ ଓ ଉଦ୍ୟୋଗ ଜଗତର ଶିଳ୍ପପତିମାନଙ୍କ ସହିତ ରୁଚିକୁ ସାମିଲ କରି ବିଶେଷ ଦିଗ୍‌ଦର୍ଶନ ଓ ପ୍ରେରଣା ଦେଇଥିବାରୁ ଡକ୍ଟର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ କୃତଜ୍ଞତା ଜଣାଇଥିଲେ । ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ନିର୍ଦେଶିକା ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରୁଚିର ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମାର୍କେଟିଂର ମୁଖ୍ୟପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଵାଇଟ୍ କାନଭାସ୍‌ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ
ସଂଯୋଜନା କରିଥିଲେ ।


Leave A Reply

Your email address will not be published.