ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନ ସଭା ଆରମ୍ଭ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଦଳର ବର୍ଜନ ।

0 36

ଭୁବନେଶ୍ଵର ୨୨ ଜୁଲାଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସପ୍ତଦଶ ବିଧାନସଭା ଆସନରୁ ଆଜିଠାରୁ ଆରମ୍ଭ ହୋଇଛି l ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଗୃହର ମଧ୍ୟ ଭାଗକୁ ଆସି ରାଜ୍ୟପାଳଙ୍କ ଅଭିଭାଷଣକୁ ପ୍ରତିବାଦ କରିଥିଲା l ପରେ ପରେ ମୁଖ୍ୟ ବିରୋଧି ଦଳ ବିଜେଡ଼ି ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଗୃହ ବର୍ଜନ କରିଥିଲା l ରାଜ୍ୟପାଳ ରଘୁବର ଦାସ ବିଧାନସଭା ଅଧିବେଶନ ପାଇଁ ପହଞ୍ଚିବା ପରେ ଗାର୍ଡ ଅଫ ଅନର ପ୍ରଦାନ ପରେ ଜାତୀୟ ସଂଗୀତ ଗାନରୁ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ପୁସ୍ତିକାକୁ ପଢି ସରକାର ଙ୍କ ସଫଳତା କହି ଥିଲେ ।

Leave A Reply

Your email address will not be published.