ସ୍ନାୟୁ ରୋଗ ସଚେତନତାକୁ ବ୍ୟାପକ କଲା କେୟାର ହସ୍ପିଟାଲ ।

0 104

ଭୁବନେଶ୍ୱର,୨୬।୪,( ପ୍ରତ୍ୟୁଷା ବ୍ୟୁରୋ ): କେୟାର ହସ୍ପିଟାଲ ପକ୍ଷରୁ ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାର ସ୍ନାୟୁରୋଗରେ ଅକ୍ରାନ୍ତ ହୋଇ କେୟାର ହସ୍ପିଟାଲରେ ସଫଳତାର ସହିତ ଚିକିତ୍ସା ହୋଇଥିବା ରୋଗୀ ଓ ତାଙ୍କ ପରିବାର ସଦସ୍ୟ ମାନେ ଭାଗ ନେଇଥିଲେ । ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଏକ ସୁସମ୍ପକ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାରେ କେୟାର ହସ୍ପିଟାଲର ବରିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସୁଶାନ୍ତ ଦାସ, ବରିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଆତ୍ମାରଞ୍ଜନ ଦାଶ ଏବଂ ବରିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ମିତାଲି କର ଯୋଗ ଦେଇ ଡିସୂଚର୍ଚ୍ଚା ପରେ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ଡାକ୍ତର ସୁଶାନ୍ତ ଦାଶ, କେୟାର ହସ୍ପିଟାଲ୍‌ରେ ନିୟମିତ କରାଯାଉଥିବା ଅତ୍ୟାଧୁନିକ ବ୍ରେନ୍ ସର୍ଜରୀ, ଯେଭଳିକି ଆୱେକ୍‌ ବ୍ରେନ୍ ସର୍ଜରୀ, କମ୍ପୁଟର ଗାଇଡେଟ୍ ନାଭିଗେସନ୍ ବ୍ରେନ୍ ଟିମ୍ୟୁର ସର୍ଜରୀ, ବ୍ରେନ ଅନୁରିଜିମ୍ ସର୍ଜରୀ, ଏଣ୍ଡୋସ୍କୋପିକ୍ ବ୍ରେନ୍ ସର୍ଜରୀ ଇତ୍ୟାଦିର ସଫଳତା ବିଷୟରେ ଆଲୋଚନା କରିଥିଲେ। ସେହିଭଳି କେୟାର ହସ୍ପିଟାଲର ବରିଷ୍ଟ ନ୍ୟୁରୋସର୍ଜନ ଦଡାକ୍ତର ଆତ୍ମାରଞ୍ଜନ ଦାଶ ଏଣ୍ଡୋସ୍କୋପିକ୍ ବାଇପୋର୍ଟାଲ ସ୍ପାଇନ୍ ସର୍ଜରୀ, ଲେଜର ସ୍ପାଇନ୍ ସର୍ଜରୀ, ସର୍ଭାଇକାଲ୍ ଡିସ୍ ରିପ୍ଲେସମେଣ୍ଟ୍, ନ୍ୟାଭିଗେସନ୍ ଗାଇଡେଟ୍ ସ୍ପାଇନ୍ ସର୍ଜରୀ ଇତ୍ୟାଦି ସର୍ଜରୀ ସମ୍ପର୍କରେ ଆଲୋଚନା କରିଥିଲେ । କେୟାର ହସ୍ପିଟାଲର ଅଭିଜ୍ଞ ନ୍ୟୁରୋଲୋଜିଷ୍ଟ ଡାକ୍ତର ମିତାଲି କର, ବ୍ରେନ୍ ଷ୍ଟ୍ରୋକ୍, ଅପସ୍ମାର ବାତ, ପାକିଂସନ୍, ପାରାଲିସିସ୍ ଇତ୍ୟାଦି ରୋଗ ପାଇ କେୟାର ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କେୟାର ହସ୍ପିଟାଲ ଭୁବନେଶ୍ବରର HCOO କିସଲେ ଆନନ୍ଦ କହିଥିଲେ ବ୍ରେନ୍ ଓ ମେରୁଦଣ୍ଡ ରୋଗର ସଫଳ ଚିକିତ୍ସା କରିବାରେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ପୂର୍ବ ଭାରତରେ କେୟାର ହସ୍ପିଟାଲ ଭୁବନେଶ୍ଵର ଶାଖାର ରହିଛି ଏକ ସ୍ଵତନ୍ତ୍ର ପରିଚୟ।

Leave A Reply

Your email address will not be published.