ଚିଲିକା ଆଞ୍ଚଳିକ ବିକାଶ ପରିଷଦର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

0 185

ଭୁବନେଶ୍ବର, 3.03.24 ( ପ୍ରତ୍ୟୁଷା ବ୍ୟୁରୋ ) : ଚିଲିକା ଆଞ୍ଚଳିକ ବିକାଶ ପରିଷଦର ୧୧ତମ ବାର୍ଷିକ ଉତ୍ସବ ରେଡକ୍ରସ ଭବନ ପରିସରରେ ଅନଷ୍ଠିତ ହେଇ ଯାଇଛି l ରବିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଫକୀର ଚରଣ ଶତପଥୀଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା l ଶାନ୍ତିନିକେତନର ପ୍ରାକ୍ତନ ପ୍ରାଧ୍ୟାପକ ଡ ନୀଳାଦ୍ରି ଭୂଷଣ ହରଚନ୍ଦନ ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଗତି ଓ ଗତଶୀଳ ଦିଗ ଉପରେ ଆଲୋକପାତ କରିଥିଲେ l ଉତ୍ସବରେ ଯୋଗ ଦେଇଥିବା ବହୁ ବିଶିଷ୍ଟ ଅତିଥି ସାହିତ୍ୟ ସଂସ୍କୃତି ଉପରେ କବିତା ପାଠ କରି ଉତ୍ସବକୁ ରୁଦ୍ଧିମନ୍ତ କରିଥିଲେ l କାର୍ଯ୍ୟକ୍ରମରେ ଫକୀର ମୋହନ ଷଡ଼ଙ୍ଗୀଙ୍କ ସ୍ଵ ରଚିତ ୨ଟି ପୁସ୍ତକ ଫେରିଲେ କନ୍ହେଇ, ବଜିଲାନି ବଂଶୀ ଓ ସେବତୀ କନ୍ଦୁଛି , ହସୁଛି କଁଇ ଉନ୍ମୋଚିତ ହୋଇଥିଲା l ଏହି କାର୍ଯକ୍ରମରେ ଅନ୍ୟ ମାନଂକ ମଧ୍ୟରେ ଯୁଗ୍ମ ସମ୍ପାଦକ ନିଳାଦ୍ରୀ ସ୍ଵାଇଁ ଓ ସମ୍ପାଦକ ସୁଶିଲ ନନ୍ଦ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Leave A Reply

Your email address will not be published.