ରାଜ୍ୟର ନୂଆ ବୟନ ଶିଳ୍ପ ହବ ହେବ ଖୋରଧା ଶିଳ୍ପାଞ୍ଚଳ ।

0 67

ଭୁବନେଶ୍ୱର, ୨୯/୨( ପ୍ରତ୍ୟୁଷା ବ୍ୟୁରୋ )ଖଣି, ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରିବାରେ ଆଗୁଆ ଥିବା ଓଡ଼ିଶା ଏବେ ବୟନ କ୍ଷେତ୍ରରେ ପୁଞ୍ଜିନିବେଶ ନିବେଶ ହାସଲ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଖୋର୍ଦ୍ଧା ଏବେ ରାଜ୍ୟର ନୂଆ ବୟନ ହବ ଭାବେ ଉଭା ହୋଇଛି। ସାତଟି କମ୍ପାନି ସେଠାରେ ନିଜର କାରଖାନା ସ୍ଥାପନ କରିବାକୁ ଯାଉଛନ୍ତି। ଆଜି ଏହି ସଂସ୍ଥାଗୁଡ଼ିକୁ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରକଳ୍ପ ମଞ୍ଜୁରି ପୁତ୍ର ପ୍ରଦାନ କରିଛନ୍ତି । ଗତ ସପ୍ତାହରେ ଏହି ପ୍ରକଳ୍ପଗୁଡ଼ିକୁ ସିଙ୍ଗଲ ୱିଣ୍ଡୋ ବୈଠକରେ ମଞ୍ଜୁର କରାଯାଇଥିଲା । ଏହି ପ୍ରକଳ୍ପ ଗୁଡ଼ିକରେ ୩୭୮.୯୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ଏହା ଦ୍ୱାରା ୧୮,୬୨୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ l କ୍ରିଏସନ୍ ଏଲ୍‌ଏଲ୍‌ପି ପକ୍ଷରୁ ୫୭,୭୮ କୋଟି ଟଙ୍କା, ପୁଜା ଇଣ୍ଟରନ୍ୟାସନାଲ୍ ୫୫ କୋଟର ଟଙ୍କା, ସୋନୁ ଏକ୍‌ଜିମ୍ ପ୍ରାଇଭେଟ୍ ଲିମିଟେଡ୍ ୫୫ କୋଟି ଟଙ୍କା, ରେନ୍‌ବୋ ଫ୍ୟାବ୍‌ଆର୍ଟ ପ୍ରାଇଭେଟ୍ ଲିମିଟେଡ୍ ୫୨ କୋଟି ଟଙ୍କା, ବି ଏଲ୍ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ଼ ୫୧ କୋଟି ଟଙ୍କା, ଫାଇନ୍ ଲାଇନ୍ସ ୫୮ କୋଟି ଟଙ୍କା ଏବଂ ଗୋଲ୍ଡେନ୍‌ ସିମ୍‌ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୫୦.୧ କୋଟି ଟଙ୍କା ନିବେଶ କରାଯିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦେବ ଶିଳ୍ପାୟନ ଓ ବ୍ୟବସାୟ ସମ୍ପ୍ରସାରଣ ପ୍ରତି ସରକାରଙ୍କ ରହିଥିବା ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ବୟନ ନିର୍ଦ୍ଦେଶକ ସୋଭନ କ୍ରିଷ୍ଣ ସାହୁ, ମିନୁ କ୍ରିଏସନ୍‌ର ସିଏମ୍‌ଡି ଅନିଲ ପେଶାରୀ ଓ ଇ ପି କଲ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.