ଜନ୍ମଗତ ହୃଦଘାତ ଦୂର ପାଇଁ କେୟାର ହସ୍ପିଟାଲର ପ୍ରୟାସ ।

0 76

ଭୁବନେଶ୍ୱର , 16.02.24 ( ପ୍ରତ୍ୟୁଷା ବ୍ୟୁରୋ) : କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନ୍ମଗତ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିବା ୫୦ରୁ ଅଧିକ ଶିଶୁ ଏବଂ ତାଙ୍କର ଅଭିଭାବକ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା “CARE Connect” ଆୟୋଜନ କରାଯାଇଥିଲା । ଜନ୍ମଗତ ହୃଦ୍‌ରୋଗର ଲକ୍ଷଣ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ଏବଂ ଅପରେସନ୍ ପରବର୍ତ୍ତୀ ଜୀବନଶୈଳୀ ସମ୍ପର୍କରେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଦିନ ତମାମ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି ଅବସରରେ ସକାଳେ ଏକ ଓ୍ବାକଥନ୍‌ର ଆୟୋଜନ କରାଯାଇଥିଲା, ଏଥିରେ ହସ୍ପିଟାଲର ଡାକ୍ତର, ନର୍ସ, କର୍ମଚାରୀ ଏବଂ ଚିକିତ୍ସା ହୋଇ ସୁସ୍ଥ ଥିବା ଜନ୍ମଗତ ହୃଦ୍‌ରୋଗୀ ଏବଂ ତାଙ୍କର ଅଭିଭାବକ ମାନେ ଅଂଶଗ୍ରହଣ କରିଥିଲେ । କେୟାର ହସ୍ପିଟାଲ ସବୁବେଳେ ହୃଦ୍‌ରୋଗ ଉପରେ ଅଧିକ ଗୁରୁତ୍ବ ହୋଇଥାଏ । ଛୋଟ ପିଲାଙ୍କ ଠାରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ହୃଦ୍‌ରୋଗର ସଫଳ ଚିକିତ୍ସା ପାଇଁ କେୟାର ହସ୍ପିଟାଲ ଠାରେ CARE Children Heart Institute, ଭଳି ଏକ ସ୍ବତନ୍ତ୍ର ବିଭାଗ ରହିଛି । ଯେଉଁଠାରେ ଅଭିଜ୍ଞ ଡାକ୍ତରୀ ଟିମ୍ ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ ରହିଛି ବୋଲି କେୟାର ହସ୍ପିଟାଲ ଭୁବନେଶ୍ଵର ହୃଦ୍‌ରୋଗ ବିଭାଗର ମୁଖ୍ୟ ତଥା କ୍ଲିନିକାଲ ଡାଇରେକ୍ଟର ଡାକ୍ତର ମହେନ୍ଦ୍ର ପ୍ରସାହ ତ୍ରିପାଠୀ କହିଥିଲେ । ” ସେହିଭଳି ବରିଷ୍ଟ ଶିଶୁ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପ୍ରକାଶ ରାଓ ପାଟିଲ କହିଥିଲେ, ଜନ୍ମଗତ ହୃଦ୍‌ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖ ଠାରୁ ଫେବୃଆରୀ ୨୧ ପର୍ଯ୍ୟନ୍ତ ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ ଭାବରେ ପାଳନ କରାଯାଏ । କାରଣ ଆମେ ଯେତେ ଶୀଘ୍ର ଜନ୍ମଗତ ହୃଦ୍‌ରୋଗକୁ ଚିହ୍ନଟ କରି ତାର ସଠିକ୍ ଚିକିତ୍ସା କଲେ ସେହି ଶିଶୁ ମାନେ ମଧ୍ୟ ଏକ ସାଧାରଣ ଶିଶୁଙ୍କ ଭଳି ଏକ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିପାରିବେ ।

Leave A Reply

Your email address will not be published.