ପିଏନ୍‌ବିର ମୋହନା ଶାଖା ସ୍ଥାନାନ୍ତରଣ ।

0 66

ବ୍ରହ୍ମପୁର: ( ପ୍ରତ୍ୟୁଷା ବ୍ୟୁରୋ ) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଗଜପତି ଜିଲ୍ଲାସ୍ଥିତ ମୋହନା ଶାଖା ନୂତନ ପରିସରକୁ ସ୍ଥାନାନ୍ତରଣ ହୋଇଅଛି। ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡଃ ଆଲୋକ ରଞ୍ଜନ ସେନାପତି ଆନୁଷ୍ଠାନିକ ଭାବେ ଏହି ପରିସରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା ଯେଉଁଥରେ ଡଃ ସେନାପତି ବ୍ୟାଙ୍କର ଡିଜିଟାଲ ଉତ୍ପାଦ, ଋଣ ସୁବିଧା ଏବଂ ବ୍ୟାଙ୍କ ଦ୍ବାରା ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଅନ୍‌ଲାଇନ୍ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ସାହୁ, ଉପ ପ୍ରବନ୍ଧକ ମିସାଲା ସାଇ ସୁଧୁର ଏବଂ ଶାଖାର ଅନ୍ୟାନ୍ୟ କର୍ମଚାରୀଗଣ ଉପସ୍ଥିତ ଥିଲେ । ପରିଶେଷରେ ଶାଖା ପ୍ରବନ୍ଧକ ଏକ୍ସେନା ମୂରଲୀ ବରିଷ୍ଠ ଅଧିକାରୀ ଓ ଗ୍ରାହକମାନଙ୍କୁ ସେମାନଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.